ପୁଅ ସମ୍ନାରେ ବାପା ଭାସିଯିବା ଘଟଣା: ୪୮ ଘଣ୍ଟା ପରେ ମିଳିଲା ମୃତଦେହ

add-all

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁଅ ସମ୍ମୁଖରେ ଭିତରକୁ ଭାସିଯାଇଥିବା ବଂଶୀଧର ବେହେରାଙ୍କ ମୃତଦେହ ସୋମବାର ବେଲେଶ୍ୱର-ରାମଚଣ୍ଡୀ ମନ୍ଦିର ମଝି ବେଳାଭୂମିରୁ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ, ଶନିବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଥିଲା। ଗାଧୋଇବା ବେଳେ ୩ ପର୍ଯ୍ୟଟକ ନିଖୋଜ ହୋଇ ଯାଇଥିଲେ ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣଙ୍କ ସନ୍ଧାନ ମିଳି ନଥିଲା। ସମୁଦ୍ରରେ ନିଖୋଜ ବ୍ୟକ୍ତି ଜଣକ ହେଲେ ବଂଶୀଧର ବେହେରା ଏବଂ ସେ ବାଲେଶ୍ୱରର ବାସିନ୍ଦା ବୋଲି ଜଣାପଡ଼ିଥିଲା। ଶନିବାର ସକାଳେ ସେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସି ସମୁଦ୍ର କୂଳରେ ଗାଧୋଉଥିଲେ। ପୁଅ ସାମ୍ନାରେ ଲହରୀ ଭିତରେ ଗାଧୋଇବା ସମୟରେ ସେ ଭାସି ଯାଇଥିଲେ।

ad-week
Leave A Reply

Your email address will not be published.