ପୋଖରୀରେ ବୁଡି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ

add-all

ବରଗଡ଼: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ପୋଖରୀରେ ବୁଡି ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ(୨୭)ଙ୍କ ମୃତ୍ୟୁ ହୋଇଛି। ସେ ଇସ୍ରୋରେ କାର୍ଯ୍ୟରତ ଥିଲେ। ସେ ଗ୍ରାମର ଏକ ଜଳାଶୟରେ ଗାଧୋଉ ଥିବାବେଳେ ହଠାତ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁକ୍ତା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ଶନିବାର ସେ ନିଜ ଗ୍ରାମ ଝାରପାଲିକୁ ଛୁଟିରେ ଆସିଥିଲେ ଏବଂ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.