ଘରୋଇ ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କେନ୍ଦୁପତ୍ର ତୋଳାଳୀ, ମିଳୁନି ଉପଯୁକ୍ତ ଦର

add-all

ପଦ୍ମଗିରି : ମାଲକାନଗିରି ଜିଲ୍ଲାରେ ଆଦିବାସୀ ଲୋକଙ୍କ ରୋଜଗାର ର ଏକ ପନ୍ଥା ହୋଇଥାଏ କେନ୍ଦୁପତ୍ର । କେନ୍ଦୁପତ୍ର ମାଲକାନଗିରି ଜିଲ୍ଲାର ଆଦିବାସୀ ଲୋକମାନଙ୍କ ପାଇଁ ଆର୍ଥିକ ସହାୟର ଜରିଆ ହୋଇଥିବା ବେଳେ ପ୍ରବଳ ଖରାକୁ ବେଖାତିର କରି ଉପାର୍ଜିତ କେନ୍ଦୁପତ୍ରକୁ ବିକ୍ରୟ ପାଇଁ ପତ୍ର ତୋଳାଳୀଙ୍କ ଠାରେ ଉଭୟ ସରକାରୀ ଓ ଘରୋଇ କେନ୍ଦୁପତ୍ର ପଡ଼ି ରହିଛି | ଚଳିତ ବର୍ଷ ସରକାରୀ ଦର ଶହେ ବିଡ଼ା ପିଛା ୨୮୦ ଟଙ୍କା ଓ ଏହାସହ ବୋନସ ରହିଥିବା ବେଳେ ଛତା, ଜୋତା, ପିଲାଙ୍କ ପାଠପଢା ସହିତ ତୋଳାଳୀଙ୍କ ମୃତ୍ୟୁ ଘଟିଲେ ସହାୟତା ରାଶିର ବ୍ୟବସ୍ଥା ରହିଛି | କିନ୍ତୁ ଅନ୍ୟପଟେ ଘରୋଇ ପତ୍ର ବ୍ୟବସାୟୀ ତୋଳାଳୀଙ୍କୁ କେବଳ ନଗଦ ଟଙ୍କା ବ୍ୟତିତ ଅନ୍ୟ କୌଣସି ସୁବିଧା ଦେଉ ନଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅନେକ କମ ଦରରେ କେନ୍ଦୁ ପତ୍ର କିଣୁଥିବାରୁ ପଦ୍ମଗିରି, ଝରାପାଲ୍ଲୀ, ଉଡୁପା ଏବଂ ପେଡାକୋଣ୍ଡା ଆଦି ଚାରି ପଞ୍ଚାୟତରୁ ଏପରି ମନମୁଖୀ ଦରରେ ପତ୍ର କିଣାକୁ ତୀବ୍ର ବିରୋଧ କରାଯାଇଛି | ଏହା ଆଦିବାସୀ ଲୋକମାନଙ୍କ ଜିବନ ଜୀବିକା ଉପରେ ସିଧା ପ୍ରହାର ମନେକରି ଆଜି ପଦ୍ମଗିରି ଠାରେ ଚାରି ପଞ୍ଚାୟତର କେନ୍ଦୁପତ୍ର ତୋଳାଳି ମାନଙ୍କୁ ନେଇ ଏକ ବିରାଟ ବୈଠକ ଆୟୋଜିତ ହୋଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା | ଉକ୍ତ ବୈଠକରେ ସଭାପତି କୃଷ୍ଣ ମାଡକାମି, ଉପସଭାପତି ଶାନ୍ତି ମାଖଲ, ସେକ୍ରେଟାରୀ ସୁନାଧର ପଡ଼ିଆମି, ରାମ ମାଡ଼ି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳବାସୀ ବୈଠକରେ ଉପସ୍ଥିତ ରହି ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିଲେ | ଚଳିତ ବର୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପ୍ରତି ହେଉଥିବା ଶୋଷଣକୁ କଡ଼ା ନିନ୍ଦାକରି ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ ଓ ବନବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିବା ସହ ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.