ସେନାର ସାଇବର ନିରାପତ୍ତାରେ ତ୍ରୁଟି, ଆରମ୍ଭ ହେଲା ତଦନ୍ତ

add-all

ନୂଆଦିଲ୍ଲୀ: ସେନା ବାହିନୀର ସାଇବର ନିରାପତ୍ତାରେ ବଡ଼ଧରଣର ତ୍ରୁଟି ହୋଇଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ। କିଛି ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‌ରେ ଶତ୍ରୁ ଦେଶର ଲିଙ୍କ ରହିଥିବା ଜଣାପଡ଼ିଛି। ମିଲିଟାରୀ ଓ ଗୁଇନ୍ଦା ବିଭାଗ ମିଳିତ ଭାବେ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି।
ପଡ଼ୋଶୀ ଦେଶ ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ କିଛି ସେନା ଅଧିକାରୀଙ୍କୁ ଫସାଇଛି। ହ୍ୱାଟସଆପ୍‌ ଗ୍ରୁପ୍‌ରେ ହିଁ ସାଇବର୍‌ ନିରାପତ୍ତା ଉଲ୍ଲଙ୍ଘନ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ସାଇବର ନିରାପତ୍ତା ଉଲ୍ଲଙ୍ଘନ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପ୍ରତିରକ୍ଷା ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ନାହାନ୍ତି। ସେହିପରି ସାଇବର ନିରାପତ୍ତା ଉଲ୍ଲଙ୍ଘନକୁ ନେଇ କେହି ବି କିଛି ଆକଳନ କରନ୍ତୁ ନାହିଁ ଓ କେଉଁ ସବୁ ଅଧିକାରୀ ଏଥିରେ ସାମିଲ ଅଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ନାହିଁ ବୋଲି ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି।
ବର୍ତ୍ତମାନ ସମୟରେ ପାକିସ୍ତାନ ଓ ଚାଇନାର ଗୁଇନ୍ଦା କର୍ମଚାରୀମାନେ ଭାରତୀୟ ସେନା ଅଧିକାରୀମାନଙ୍କ ସହ ସୋଶାଲ ମିଡିଆରେ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରୁଛନ୍ତି। ସମ୍ପର୍କ ସ୍ଥାପନ କରି ସେମାନେ ସେନାର ବିଭିନ୍ନ ଗୁପ୍ତ ତଥ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି। ସେମାନଙ୍କ ଅଧିକାଂଶ ଯୋଜନା ଫେଲ ମାରିଛି। କିନ୍ତୁ କିଛି ସେନା ଅଧିକାରୀଙ୍କୁ ସେମାନେ ନିଜ ଜାଲରେ ଫସାଇ ସୂଚନା ଅଧିକାର କରିଛନ୍ତି। ଏବେ ପୁଣି ସେନା ବାହିନୀର ନିରାପତ୍ତାରେ ତ୍ରୁଟି ରିପୋର୍ଟ ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.