ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ କନଷ୍ଟେବଲ ନିଲମ୍ବିତ

add-all

ସମ୍ବଲପୁର: କାର୍ଯ୍ୟରେ ଅବହେଳା ଓ ତ୍ରୁଟିପୂର୍ଣ୍ଣ ବିଲ୍ କରିବା ଅଭିଯୋଗରେ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର। ନିଲମ୍ବିତ କନଷ୍ଟେବଲ ମାନେ ପୁଲିସ୍‌ ମୋଟର ଭେଇକିଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ଏଥର ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଗାଡ଼ି ପାଇଁ ତ୍ରୁଟିପୂର୍ଣ୍ଣ ବିଲ ପ୍ରସ୍ତୁତି ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି।

ପଞ୍ଚାୟତ ନିର୍ବାଚନ ସମୟରେ ସରକାରୀ ସହ ଘରୋଇ ଗାଡ଼ିକୁ ନିର୍ବାଚନ କାମରେ ନିୟୋଜିତ କରାଯାଇଥିଲା। ନିର୍ବାଚନ ଡ୍ୟୁଟିରେ କେଉଁ ଗାଡ଼ି କେତେ କିଲୋମିଟର ଯାଉଛି, ତାର ମିଟର ରିଡିଂ ପାଇଁ ଭେଇକିଲ୍ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନିଲମ୍ବିତ ତିନି କନଷ୍ଟେବଲ ଏହି ଦାୟିତ୍ୱରେ ଥିଲେ। କିନ୍ତୁ ସେମାନେ ଠିକ୍‌ ଭାବରେ ମିଟର ରିଡିଂ କରି ନଥିଲେ।

ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, କେଉଁ ଗାଡ଼ି କେତେ କି.ମି. ବାଟ ଗଲା ତାକୁ ଠିକ୍‌ ଭାବରେ ନୋଟ୍ କରାଯିବା କଥା। ସେମାନେ ଠିକ୍‌ରେ ଏହି କାମ କରି ନଥିଲେ। ଘଟଣାର ତଦନ୍ତ କରାଯିବ। ସେମାନେ ଜାଣିଶୁଣି ଏହି ଭୁଲ କରିଛନ୍ତି ନା ଆଉ କିଛି ଅଛି, ତାହା ତଦନ୍ତରୁ ଜଣାପଡ଼ିବ।

ad-week
Leave A Reply

Your email address will not be published.