ବ୍ଲେଡ୍‌ରେ ମାଆର ତଣ୍ଟିକୁ କାଟି ନିର୍ମମ ଭାବେ ହତ୍ୟା କଲା ପୁଅ

add-all

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ମଙ୍ଗଳବାର ବୀଭତ୍ସ ହତ୍ଯାକାଣ୍ଡ ଘଟିଛି। ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର ହିଁ ମାଆର ତଣ୍ଟିକୁ ବ୍ଲେଡ୍‌ରେ କାଟି ନିର୍ମମ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମାଆର ମୃତଦେହ ଜବତ କରିବା ସହ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୁମ୍ଭାରୀ ଗ୍ରାମର ବନ୍ଧ ପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା ପ୍ରାୟ ୬୦ବର୍ଷୀୟା କୋଶଲ୍ୟା ସାହୁ ଜନ୍ମ କଲା ପୁଅ ପ୍ରାୟ ୩୨ବର୍ଷୀୟ ବିଦ୍ୟାଧର ସାହୁ ସହ ଘରେ ରୁହନ୍ତି। ବିଦ୍ୟାଧର ବିବାହିତ ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ମାଆ ଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମାଆଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିବା ସୂଚନା ରହିଥିବା ବେଳେ ମାଆ ଜୋରରେ ପାଟି କରିବାରୁ ମାକୁ ଏକ ଅଖା ବସ୍ତା ରେ ଭର୍ତ୍ତି କରି ଦେଇଥିଲେ । ମାରି ସାରିବା ପରେ ବ୍ଲେଡକୁ ଫିଙ୍ଗି ଦେଇଥିବା କଥା ଅଭିଯୁକ୍ତ ପ୍ରକାଶ କରିଛି । ବରପାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରି ଥାନାକୁ ଆଣି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁତ୍ର ନିଜ ଜନ୍ମିତ ମାଆକୁ ନୃଶଂସ ଭାବରେ ହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.