ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଭିତରେ ଜୀବନ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

add-all

ଚିତ୍ରକୋଣ୍ଡା(୧୯/୦୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଞ୍ଚାୟତ ଜି.ପି.ଏଲ.ପି. ଗୃହ କକ୍ଷରେ ଚିତ୍ରକୋଣ୍ଡା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଆର.ଏସ.ଇ.ଟି.ଇ. ସହାୟତାରେ ଚିତ୍ରକୋଣ୍ଡା ପଞ୍ଚାୟତର ପଚିଶରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ଚାଳିଶରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବିଭିନ୍ନ ତାଲିମ ଦେବା ନିମନ୍ତେ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀର ମହିଳା ମାନେ କିଭଳି ବିଭିନ୍ନ ତାଲିମ,ଯଥା ଅଗରବତୀ, କ୍ୟାଣ୍ଡେଲ ଏବଂ ଛତୁ, ହଳଦୀ ଚାଷ ଇତ୍ୟାଦି ଭଳି ଅନେକ ଯୋଜନାକୁ ନେଇ ଜୀବିକା ପରିବର୍ତ୍ତନ କରି ରୋଜଗାରରେ ବୃଦ୍ଧି କରିବାକୁ ଏକ ଜୀବିକା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଆର.ଏସ.ଇ.ଟି.ଇ. ର ସଂଯୋଜକ ବିପିନ ଶତପଥି, ବି.ପି.ଏମ. ପର୍ଶୁରାମ ବେହେରା, ବି.ଏଲ.ସି. ସୋମନାଥ କୁମ୍ଭାର ଏବଂ ଚିତ୍ରକୋଣ୍ଡା ପଞ୍ଚାୟତ ଏମ.ବି.କେ. ଓ ସି.ଆର.ପି. ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.