ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କାଳବୈଶାଖୀ ସମ୍ଭାବନା

add-all

ଭୁବନେଶ୍ୱର : ରାଜ୍ୟରେ ବେଳକୁ ବେଳ ତାତି ବଢି ଚାଲୁଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୧ ତାରିଖ ସୁଦ୍ଧା ମୁୟୁରଭଞ୍ଜ, ବାଲେଶ୍ୱର, କେଉଁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ,ଅନୁଗୁଳ, କଟକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷ ସହିତ ବିଜୁଳି ଘଡ଼ଘଡ଼ି ହେବା ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ଗୁରୁବାର ଅର୍ଥାତ୍ ୨୨ ତାରିଖ ସୁଦ୍ଧା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, , ନୟାଗଡ଼, ଅନୁଗୁଳ, କଟକରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କାଳବୈଶାଖୀ ହେବାର ସମ୍ବାବନା ରହିଛି । ସେହି ସମୟରେ ଗଜପତି, ଗଞ୍ଜାମ, କନ୍ଧମାଳ ଢେଙ୍କାନାଳ, କେଉଁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ମଧ୍ୟ କାଳବୈଶାଖୀ ବର୍ଷା ସହିତ କିଛି କିଛି ସ୍ଥାନରେ ଧୁଳିଆ ହେବା ସହିତ ୪୦ରୁ ୫୦ କିଲୋମିଟର ଗତିରେ ପବନ ହେବାର ସମ୍ଭାବନା ରହିଛି ।

ଏହିଭଳି ପାଗ ଶୁକ୍ରବାର ମଧ୍ୟ ଲାଗି ରହିବ । ତେବେ ବର୍ତ୍ତମାନ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ କାଳବୈଶାଖୀ ପ୍ରଭାବରେ ପରବର୍ତୀ ଦୁଇ ଦିନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପୁଣି ପରବର୍ତ୍ତୀ ୨ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

ad-week
Leave A Reply

Your email address will not be published.