
ବ୍ରହ୍ମପୁର : ଆଜି ପୂର୍ବାହ୍ନରେ ବାଲି ବୋଝେଇ ଟ୍ରକ୍ ଚକା ତଳେ ଚାପି ହୋଇ ବୋରି ଗାଁର ଜନୈକା ମହିଳାଙ୍କ ମୃତ୍ୟ ଘଟିଛି।
ଆଜି ପୂର୍ବାହ୍ନରେ ବୋରି ଗାଁର ବଡ଼ ସାହିର ସଙ୍କର୍ଷଣ ସାହୁ , ତାଙ୍କ ପତ୍ନୀ ଜ୍ୟୋତି ସାହୁ ଏବଂ ଦେଢ଼ ବର୍ଷର ଛୋଟ ଛୁଆ (ଓଆର୦୭ଏକେ-୦୬୦୨) ନମ୍ବର ବିଶିଷ୍ଟ ଏକ ପୋଲସର ମୋଟରସାଇକେଲ୍ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ (ଓଆର୦୭ଇ-୦୩୯୧) ନଂ ବିଶିଷ୍ଟ ଏକ ବାଲି ବୋଝେଇ ଟ୍ରକ୍ ହଠାତ୍ ଧକ୍କା ଦେବା ପଳରେ ବାଇକ୍ ଆରୋହୀ ଛିଟିକି ହୋଇ ପଡ଼ିଯାଇଥିଲେ । ତେବେ ଜ୍ୟୋତି ସାହୁ ଟ୍ରକ୍ ପଛ ଚକା ତଳେ ପଡ଼ି ଯିବା ଫଳରେ ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବାଲି ବୋଝେଇ ଟ୍ରକ୍ ର ବେପାରୁଆ ଗାଡ଼ି ଚାଳଣା ଯୋଗୁଁ ଆଜି ଅକାଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ କିଛି ସମୟ ଧରି ସ୍ଥାନୀୟ ଅଚଂଳରେ ଚାପା ଉତେଜନା ବୃଦ୍ଧି ପାଇଥିଲା । ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଶିବଶଙ୍କର ମହାପାତ୍ର, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ, ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଂଜନ ବେହେରା ପହଚିଂ ଲୋକଙ୍କୁ ବୁଝାସୁଝା କରିଥିଲେ । ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ୍କୁ ପଠାଇଥିଲା । ବାଲି ବୋଝେଇ ଟ୍ରକ୍ କୁ ଜବତ କରିବା ସହ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।ତେବେ ସୂଚନା ଥାଉକି ମୁଖ୍ୟତ ଏହି ଭଳି ଦୁର୍ଘଟଣା ପାଇଁ ଦାୟି କେବଳ ପ୍ରଶାସନ, ଲୋଚପଡା ମୁଖ୍ୟ ରାସ୍ତାରେ ବହୁ ଭାରିଯାନ ଯାତାୟାତ କରୁଥିବା ବେଳେ ବର୍ତ୍ତମାନ ଏହା ରାସ୍ତା ମରଣ ଯନ୍ତା ପାଲଟିଛି। ଏହି ମୁଖ୍ୟ ରାସ୍ତା ଉପରେ ଚାଲିଛି ପରିବା ହାଟ ଓ ଉଠା ଦୋକାନୀ ମାନେ ରାସ୍ତା ଉପରେ ବସି ନିଜ ବେପାର କରି ଅନ୍ୟ ଲୋକୋ ମାନଙ୍କ ଜୀବନ ନେଉ ଛନ୍ତି ପ୍ରଶାସନ ସବୁ ଜାଣି ନିରବ ରହୁଛି ମୁଖ୍ୟତଃ ଏଠାରେ ବ୍ୟବସାୟ କରି ଅଣ ଓସାରିଆ ରାସ୍ତା କୁ ଟ୍ରାଫିକ ଜାମ କରିବାକୁ ଅନୁମତି ଦେଉଛି କିଏ..? ଏହି ରାସ୍ତା ଦେଇ ଅନେକ ଉଚ୍ଚ ପଦସ୍ତ ଅଧିକାରୀ ଓ ପୋଲିସ ବିଭାଗ ଅଫିସର ମାନେ ପ୍ରତେକ ସମୟରେ ଯାଇ ଥାନ୍ତି, ପୁଣି ପୋଲିସ ତାହାର ପରିବା ପଣ ଜାହିର କରି ପ୍ରତ୍ୟେକ ସମୟରେ ପେଟ୍ରୋଲଙ୍ଗ କରୁଛି ଓ ବଟି ଦିଅ ଓ ପସରା ଖୋଲ ନୀତି ପ୍ରଚଳିତ କରୁଛି ତେଣୁ ଏହି ଭଳି ଦୁର୍ଘଟଣା ହେବା ସ୍ୱାଭାବିକ l ସକୀର୍ଣ୍ଣ ରାସ୍ତା ରେ ବେପରୁଆ ଗାଡି ଚାଳନା ଯୋଗୁଁ ନିରୀହ ଲୋକଙ୍କ ଜୀବନ ହାନୀ ଘଟୁଛି। ତେବେ କିଛି ଗାଡିର କାଗଜପତ୍ର ଓ ଫିଟନେସ ଠିକ ନଥିଲେ ମଧ୍ୟ ଭାରିଯାନ ଗୁଡିକ ବେଧଡକ ଗଡୁଛି ରାସ୍ତାରେ।ପୋଲିସ ପ୍ରଶାସନ ଏବଂ ପରିବହନ ବିଭାଗ ଏଥି ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି। ବୋଲି ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବି ହୋଇଛି କିନ୍ତୁ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ ସଦୃଶ୍ୟ ହିଁ ପରିଣତି ଦେଖି ବାକୁ ମିଳିବ..