ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ

add-all

ଭୁବନେଶ୍ୱର: ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ‘ସମ୍ଫାଦନ ଏବଂ ଅନୁପାଳନ ରିପୋର୍ଟ ୩’ ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତିl ରାଜ୍ୟପାଳଙ୍କ ସହ ଅନୋପଚାରିକ ଆଲୋଚନା ଅବସରରେ ପ୍ରଧାନ ମହଲେଖାକାର ଶ୍ରୀ ବେହେରା ମହଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅଡିଟ ରିପୋର୍ଟ ପ୍ରସ୍ତୁତିରେ ପ୍ରାସଙ୍ଗିକ ଓ ନିର୍ଭର ଯୋଗ୍ୟ ସୂଚନା ସହ ଏକ ସ୍ୱଚ୍ଛ ଓ ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେl ରିପୋର୍ଟ ପ୍ରଦାନ ସମୟରେ ଉପ ମହଲେଖାକାର ପ୍ରିନସନ ଭର୍ଗିଜ ଉପସ୍ଥିତ ଥିଲେl

ad-week
Leave A Reply

Your email address will not be published.