ଅଲ୍‌ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ବ୍ଲକସ୍ତରୀୟ ଦାଵିପତ୍ର ପ୍ରଦାନ…

add-all


ହିଞ୍ଜିଳିକାଟୁ :ହିଞ୍ଜିଳିକାଟୁ ବ୍ଲକ୍‌ ଅଲ୍‌ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ସମନ୍ନିତ ଶିଷୁ ବିକାଶ ପ୍ରକଳ୍ପ ଅଧିକାରୀଣିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ହିଞ୍ଜିଳିକାଟୁ ଵ୍ଳକ ର ସମସ୍ତ ଅଲ୍‌ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛନ୍ତି। କିନ୍ତୁ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ଵ ଦେଉନାହାନ୍ତି। ତେଣୁ ଆଜି ପୁନର୍ବାର ଦାବିପତ୍ର ପ୍ରଦାନ କରିବା ଖୁବ୍ ଶୀଘ୍ର ଦାବି ପ୍ରତି ଗୁରୁତ୍ବ ଦେଇ ୩୦/୪ ସୁଦ୍ଧା ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ସହ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ରରେ ଉଲ୍ଲେଖ ଅନୁସାରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପୋଷଣ ଟ୍ରାକର ପାଇଁ ମାସିକ ୫ଶହ ଟଙ୍କାର ନେଟ୍ ପ୍ୟାକ୍, ଅଣ୍ଡାଓ ଚାଉଳ ଠିକ ଭାବରେ ଯୋଗାଉନଥିବା, ଏଚ୍ଆର ଟଙ୍କା ମିଳି ନ ଥିବା ନେଇ ଅଭିଯୋଗ କରିଛନ୍ତି। ଅପ୍ରେଲ ୩୦ତାରିଖ ସୁଦ୍ଧା ଏହି ଟଙ୍କା ନ ମିଳିଲେ ମେ ମାସ ୧ତାରିଖରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସେବା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇ କହିଛନ୍ତି। ସେହିପରି ଅଙ୍ଗନବାଡି କର୍ମୀଙ୍କ ଦରମା ୧୫ ହଜାର, ଅବସର କାଳୀନ ଭତ୍ତା ବୃଦ୍ଧି, ନୂଆ ଶିକ୍ଷା ନୀତିର ସ୍ପଷ୍ଟୀକରଣ ଦିଆଯିବାକୁ ଦାବି ହୋଇଥିଲା। ଅଙ୍ଗନବାଡି କର୍ମୀଙ୍କ ବକେୟା ପ୍ରଦାନ, ସାମାଜିକ ସୁରକ୍ଷା ଆଇନକୁ ଗୁରୁତ୍ଵ ଦେବା ସହ ଅଧିକ କାମକୁ ଅଧିକ ଭତ୍ତା ପ୍ରଦାନ କରିବା ଲାଗି ଅଭିଯୋଗ କରିଛନ୍ତି।ହିଞ୍ଜିଳିକାଟୁ ବ୍ଲକ ସଭାନେତ୍ରୀ ଵଵିତା ଗନ୍ତାୟତ ଓ ସମ୍ପାଦିକା ସୁଜତା ସାହୁ ଙ୍କ ତତ୍ତ୍ଵାବଧାନରେ ହିଞ୍ଜିଳିକାଟୁ ବ୍ଳକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଙ୍କୁ ଏନେଇ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଵ୍ଳକ ର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ ଦେଇ ଦାବି ପତ୍ର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.