ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ

add-all

କଟକ: ରାସ୍ତାରୁ ମଲା କୁକୁର ଉଠାଇଲେ କଟକ ମେୟର ସୁବାସ ସିଂହ। ଅଫିସ ଯାଉଥିବା ସମୟରେ ତଳ ତେଲେଙ୍ଗାବଜାର- ଫିରିଙ୍ଗବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ଦେଖି ନିଜ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ ସୁବାସ। ରାସ୍ତା ମଝିରୁ ମଲା କୁକୁର ପଡି ଥିବାରୁ ଯାତାୟାତରେ ସମସ୍ୟା ହେଉଥିଲା। ଡ୍ରାଇଭର ଗାଡି ରଖିବା ମାତ୍ରେ ଗାଡିରୁ ଓହ୍ଲାଇ, ନିକଟରେ ଥିବା ଏକ ଦୋକାନରୁ ଏକ ବ୍ୟାଗ କିଣି ମଲା କୁକୁର ଟିକୁ ନିଜ ଗାଡ଼ିରେ ନେଇ ଅଫିସକୁ ଯାଇଥିଲେ। ସେଠାରେ ସିଏମସିର କର୍ମଚାରୀ ମାନଙ୍କ ଦ୍ୱାରା ମଲା କୁକୁର ଟିକୁ ପୋତିବାର ବ୍ୟବସ୍ଥା କରିଥିଲେ।

ତେବେ ୱାର୍ଡରେ କାର୍ଯ୍ୟରତ ୱାର୍ଡ ଅଧିକାରୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ମେୟର। ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ମଲା କୁକୁର ପଡି ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀ କାହିଁକି ଜାଣି ପାରିଲେନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେମାନେ କାହିଁକି ସେମାନଙ୍କ ଦାୟିତ୍ୱ ସଠିକ ଭାବରେ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର। ତେବେ ଏନେଇ ଅଧିକାରୀଙ୍କୁ ତାଗିଦ କରାଯିବ ବୋଲି ମେୟର କହିଛନ୍ତି।

ସମସ୍ତ ୱାର୍ଡରେ ଯେପରି ଅଧିକାରୀ ମାନେ ସଠିକ ଭାବରେ କାର୍ଯ୍ୟ କରିବେ ସେମାନଙ୍କୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି। ସେହିପରି ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମେୟର। ଏହା ସହ ଏଭଳି ସ୍ଥିତିରେ କଟକ ସହର ବାସିନ୍ଦା ଆଗେଇ ଆସି କଟକ ସହରକୁ ସ୍ୱଚ୍ଛ ରଖିବାରେ ସହାୟକ ହୁଅନ୍ତୁ ବୋଲି ମେୟର କହିଛନ୍ତି।

ad-week
Leave A Reply

Your email address will not be published.