ଯୁବ ନେତା ରଘୁପତି କହଁର ନିର୍ଦୋଷରେ ଖଲାସ…

add-all

ଫୁଲବାଣୀ:- ଏକ ଗଞ୍ଜେଇ ଚାଲାଣ ମାମଲା ରେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଜଣାଶୁଣା ଯୁବନେତା ରଘୁପତି କହଁରଙ୍କୁ ଗୁରୁବାର ଅଦାଲତ ନିଘୋଷରେ ଖଲାସ କରିଛନ୍ତି ସୂଚନା ଅନୁସାରେ ଗତ ୧୧।୧୧।୨୦୨୧ ତାରିଖ ଦିନ ଫୁଲବାଣୀ ଅବକାରୀ ଅଧ୍ୟକ୍ଷକ ମଧୁସ୍ମିତା ନାୟକଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆରୁ ଫୁଲବାଣୀ ମୁଖ୍ୟରାସ୍ତାର ବିଶିପଡା ଛକ ନିକଟରେ ଏକ କାର ସହ ଯୁବନେତା ରଘୁପତି କହଁର ଙ୍କୁ ୩୦ କିଲୋ ଗଞ୍ଜେଇ ସହ ଗିରଫ କରିଥିଲେ ତେବେ ଏହି ଘଟଣାରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବନେତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ଠାରେ ଥିବା ବିଚାର ବିଭାଗୀୟ ହାଜିତ କୁ ପଠାଇ ଦେଇଥିଲେ। ତେବେ କନ୍ଧମାଳ ଜିଲ୍ଲାର ଜଣାଶୁଣା ଓକିଲ ରମେଶ ଚନ୍ଦ୍ର ମହାନ୍ତି ସମ୍ପୃକ୍ତ ଯୁବନେତାଙ୍କ ତରଫରୁ ମାମଲା ଲଢ଼ୁଥିଲେ ତେବେ ସାକ୍ଷୀ ପ୍ରମାଣ ଅଭାବରୁ ଫୁଲବାଣୀର ଦୌରାଜଳ ସିତିକଣ୍ଠ ସାମଲ ଗୁରୁବାର ଯୁବନେତା ରଘୁପତି କହଁରଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ରଘୁପତି ନିର୍ଦୋଷରେ ଖଲାସ ହେବା ପରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରଘୁପତି କହଁରଙ୍କ ଘର ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ଗାଁ ରେ । ସେ ଦୀର୍ଘଦିନ ଧରି ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ସକ୍ରିୟ ସଦସ୍ୟ ରହି ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲାର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକର୍ତା ଅନୁଷ୍ଠାନ ସହ ଜଡିତ ଥିଲେ ।

ad-week
Leave A Reply

Your email address will not be published.