ଡ୍ରିଲ୍ କ୍ଲାସ ପରେ ୩ ଛାତ୍ରୀ ଅସୁସ୍ଥ, ସମସ୍ତ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି

add-all

ନୀଳଗିରି : ଆଦର୍ଶ ବିଦ୍ୟାଳୟରେ ୩ ଛାତ୍ରୀ ଅସୁସ୍ଥ। ଶନିବାରିଆ ସକାଳୁଆ ଡ୍ରିଲ୍ କ୍ଳାସ ଥିବାରୁ ଛାତ୍ରୀ ମାନେ ବ୍ୟାୟାମ କରୁଥିଲେ। ସକାଳୁ ଗରମ ପ୍ରକୋପ ଅଧିକ ଡ୍ରିଲ କ୍ଲାସ ସରିବା ପରେ ୩ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ନୀଳଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ନୀଳଗିର ବ୍ଲକ ଅଧିନ ଜାମୁଡିହା ଆଦର୍ଶ ବିଦ୍ୟାଳୟ​‌ରେ ଘଟିଛି।

ସୂଚନା ମୁତାବକ, ଆଜି ଜାମୁଡିହା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସକାଳୁ ଡ୍ରିଲ୍ କ୍ଲାସ କରୁଥିବା ବେଳେ ୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଅସହ୍ୟ ଗରମ ପ୍ରକୋପ ଯୋଗୁ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋମାନଙ୍କୁ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି।ଛାତ୍ରୀମାନେ ସକାଳେ ବିସ୍କୁଟ ଖାଇ ଆସିବା ପରେ ଅସୁସ୍ଥ ହୋଇଥିଲେ ଛାତ୍ରୀ। ସେମାନଙ୍କ କହିବା କଥା ଆଜକୁ ପାଖାପାଖି ତିନି ଦିନ ଆଗରୁ ସେମାନେ ମୁଣ୍ଡ,ପେଟ ବନ୍ଧିା ଅନୁଭବ କରୁଥିଲା କିନ୍ତୁ ଏଠି ପ୍ରଶ୍ନ ଉଠିଛି ହଷ୍ଟେଲ୍‌ରେ କତ୍ତୃପକ୍ଷ ଓ ସ୍କୁଲ ଅଧିକାରୀ ତାଙ୍କୁ ପୂର୍ବରୁ କଣ ପାଇଁ ଚିକିତ୍ସା ଯୋଗାଇ ଦେଲେନାହିଁ। ତେବେ ଆଜି ଡ୍ରାଲ କ୍ଲାସ ପରେ ହଠାତ୍ ୩ ଛାତ୍ରୀ ଅସୁସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.