ମାନସ ହତ୍ୟା ମାମଲା: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ସାକ୍ଷୀ

add-all

ଭୁବନେଶ୍ୱର: ୫ ଅଭିଯୁକ୍ତଙ୍କୁ ଚିହ୍ନିଗଲେ ୩ ସାକ୍ଷୀ। ଭଦ୍ରକ ଉପକାରାଗାର ଭିତରେ ଟିଆଇ ପରେଡ ଚାଲିଥିବା ବେଳେ ଗୋଟି ଗୋଟି କରି ମାନସ ହତ୍ୟାକାଣ୍ଡର ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ୩ ସାକ୍ଷୀ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ ପାଇଁ ବହୁ ପୂର୍ବରୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ ଏବେ ତାହା ସମ୍ଭବ ହୋଇପାରିଛି।

ଗିରଫ ୫ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ବିବେକ, ଭାଗ୍ୟଧର ଓ ରାଜଙ୍କୁ ନେଇ ଆଜି ଭଦ୍ରକ ଉପକାରାଗାରରେ ଟିଆଇ ପରେଡ୍ କରାଯାଇଛି । ତିନି ଜଣ ସାକ୍ଷୀ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି । ଜେଏମ୍ଏଫସିଙ୍କ ଉପସ୍ଥିତିରେ ଏହି ପରେଡ଼ କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ମାନସ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘାଣ୍ଟିବା ପରେ ସବୁ ସତ ଉଗାରିଥିଲେ ଅଭିଯୁକ୍ତ। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷକୁ ଚଣ୍ଡିଖୋଲର ଶଙ୍ଖାରିଗଡ଼ାରେ ୯ ତାରିଖରେ ପୋତା ଯାଇଥିଲା। ଅଭିଯୁକ୍ତ ରଞ୍ଜନଙ୍କୁ ଧରି ଶଙ୍ଖାରିଗଡ଼ାରୁ ମାନସ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଗଇଁତି, ଏକ ଅଖା, ଶାଢୀ ସମେତ ମାନସର ଇଅରଫୋନ, ଚପଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଳ ଟୋଲ ଗେଟ୍‌ ଅତିକ୍ରମ କରି ଶର୍ମିଷ୍ଠାଙ୍କ କାର୍‌ ଯିବା ଆସିବା ସମୟର ଫୁଟେଜ ସିସିଟିଭିରେ ରେକର୍ଡ ଥିବା ବେଳେ ତାହା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିସାରିଛି। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି, ସେ ନେଇ ମିଳିପାରିନି କିଛି ସୁରାକ । ତାହା ସତରେ ଅଛି, ନା ତାହାକୁ ନଷ୍ଟ କରି ଦିଆଯାଇଛି, ତାହାର ସନ୍ଧାନ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍‌।

ad-week
Leave A Reply

Your email address will not be published.