ଚିକିଟି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

add-all

ଚିକିଟି : ଚିକିଟି ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାବିଭାଗ ର ନିର୍ଦ୍ଦେଶ କ୍ରମେ ଯୁକ୍ତଦୁଇ ଛାତ୍ରୀଙ୍କୁ ନେଇ ଆଠ ଦିନ ବ୍ୟାପି ଚାଲିଥିବା ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନି କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ତାଲିମ କୌଶଳ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅମୃତ କୁମାର ସେଠୀ ଯୋଗ ଦେଇ ନାରୀମାନେ ହେଉଛନ୍ତି ଏ ଦେଶର ଶକ୍ତି ଓ ,ସୃଜନିଶକ୍ତି ର ପ୍ରତିବିମ୍ବ ବୋଲି ନିଜ ଭାଷଣ ରେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ଚିକିଟି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗୀତାଞ୍ଜଳି ପାଣିଗ୍ରାହୀ ମଞ୍ଚାସିନ ରହି ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ ବାଲ୍ୟବିବାହ ଭଳି କୁପ୍ରଥାକୁ ଦୂର କରିବାପାଇଁ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଛାତ୍ରୀ ସାଗରିକା, ଯସ୍ମୀନ ଓ ପ୍ରିୟଙ୍କା ପ୍ରମୁଖ ସମବେତ କଣ୍ଠରେ ଉଦଯାପନି ସଙ୍ଗୀତ ଗାନ କରିଥିଲେ ।ଏହି ପ୍ରଶିକ୍ଷଣ ଶିବିର ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ମୁଖ୍ୟ ଅତିଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।ଶେଷରେ ଅଧ୍ୟାପିକା ପଦ୍ମିନୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ,କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.