ମୋ ଇସ୍ତଫା ପତ୍ର  ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ 

add-all

ନୂଆଦିଲ୍ଲୀ: ମୋ ଇସ୍ତଫାପତ୍ର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବରେ ପଡ଼ିରହିଛି। ସିଏ ଯେତେବେ ବେଳେ ଚାହିଁବେ ନିଷ୍ପତ୍ତି ନେଇ ପାରିବେ। ତେଣୁ ଏଥିରେ କେହି ଗୁଜବ ନଖେଳାନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହେଲେଟ୍‌ କହିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନ ବିଧାନସଭା ନିର୍ବଚନ ଥିବା ବଳେ ଦଳରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତିକି ଅଶୋକ ଗେହେଲେଟ ଇସ୍ତଫା ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ପରିପ୍ରେକ୍ଷୀରେ ଅଶୋକ ଗେହେଲେଟ ମୁହଁ ଖୋଲିଚନ୍ତି। ସେ କହିଛନ୍ତି ଯେ ,ମୋର ସ୍ଥାୟୀ ଇସ୍ତଫାପତ୍ର ସୋନିଆ ଗାନ୍ଧିଙ୍କ ନିକଟରେ ପଡ଼ିଛି ରହିଛି। ତେଣୁ କେହି ଗୁଜବ ନଖେଳେଇବାକୁ ମୁଁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି। ରାଜସ୍ଥାନ କଂଗ୍ରେସ ନେତା ସଚ୍ଚିନ ପାଇଲଟ୍‌ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଅଶୋକ ଗେହେଲେଟଙ୍କ ଏହି ପ୍ରତିକ୍ରିୟା ଆସିଛି।
ଏବେ ସଚ୍ଚିନ ପାଇଲଟ ଲଗାତାର ଦୁଇଥର ସୋନିଆ ଗାନ୍ଧିଙ୍କୁ ଭେଟିସାରିଲେଣି। ଏହି ବୈଠକରେ ରାଜସ୍ଥାନ ଓ ପାର୍ଟିରେ ନିଜ ଭୂମିକାକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ସାକ୍ଷାତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପଦରୁ ହଟାଇ ସଚ୍ଚିନ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଚର୍ଚ୍ଚା ମଧ୍ୟରେ ଏହି ସାକ୍ଷାତ ହୋଇଛି ।
ପୂର୍ବରୁ ସଚ୍ଚିନ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଥିଲେ । କିନ୍ତୁ ୨୦୨୦ରେ ପାର୍ଟି ସହ ବିଦ୍ରୋହାଚରଣ କରିବାରୁ ତାଙ୍କୁ ଉଭୟ ପଦ ହାତ ଛଡ଼ା କରିବାକୁ ପଡ଼ିଥିଲା । ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ ଅନେକ ପୁରୁଖା ନେତା ପାର୍ଟି ଛାଡ଼ିଛନ୍ତି । ଏଭଳି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ସବୁଠୁ ନିକଟତର ସହଯୋଗୀ କଥା ଆସିଲେ ଏବେ କେବଳ ସଚ୍ଚିନ ପାଇଲଟ ହିଁ ପାର୍ଟିରେ ରହିଛନ୍ତି ।

ad-week
Leave A Reply

Your email address will not be published.