ଦାରିଙ୍ଗବାଡ଼ି ବ୍ଳକସ୍ତରୀୟ ସ୍ୱାସ୍ଥ୍ୟମେଳା

add-all

ଦାରିଙ୍ଗବାଡ଼ି,୨୪/୪ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଆଜି ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟମେଳା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଜାକେଶ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସିଡିପିଓ ଅଞ୍ଚଳି ମହାପାତ୍ର ପ୍ରମୁଖ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ। ଅଙ୍ଗନବାଡ଼ି ସୁପରଭାଇଜର ବିଭିନ୍ନ ଷ୍ଟଲ ଦାୟିତ୍ବ ନିର୍ବାହ କରିଥିଲେ । ଏହି ମେଳାରେ ୮୩୨ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ବେହେରା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶିବାଶିଷ ପଣ୍ଡା, ଭେଷଜ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ପ୍ରଧାନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ବିଜୟ କୁମାର ସୁର ପ୍ରମୁଖଙ୍କ ସମେତ ମାନସିକ, ଦନ୍ତ, ଚର୍ମ, ଅସ୍ଥିଶଲ୍ୟ ଭଳି ରୋଗ ପାଇଁ ସାଧାରଣ ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କର ଚିକିତ୍ସା କରିଥିଲେ। ବାଲିଗୁଡ଼ା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ କାର୍ଯ୍ୟକ୍ରମକୁ ସ୍ଥାନୀୟ ପୁଲିସ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ,ଆଶା ଓ ଅଙ୍ଗନବାଡ଼ି କର୍ମୀ ସମେତ ଡାକ୍ତରଖାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.