ରାଜ୍ୟ ସିପକଟାକ୍ରୋ ସଂଘର ସମ୍ପାଦକ ଭାବେ ପୃଥ୍ୱୀରାଜ ସାହୁ ନିର୍ବାଚିତ

add-all


ରାୟଗଡା : ଆଜି କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କନ୍ଫରେନ୍ସ ହଲରେ ରାଜ୍ୟ ସିପକ ଟାକ୍ରୋ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା (୨୦୨୨-୨୦୨୬) ୪ ବର୍ଷ ପାଇଁ ସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ପୃଥ୍ୱୀରାଜ ସାହୁ, କୋଷାଧ୍ୟକ୍ଷ ଭାବେ ନିରୋଦ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ସମ୍ପାଦକ ପୃଥ୍ୱୀରାଜ ସାହୁଙ୍କୁ ଭାରତ ସିପକ ଟାକ୍ରୋ ମହାସଙ୍ଗର ସାଧାରଣ ସମ୍ପାଦକ ବୀରଗୌଡ଼, ପୂର୍ବତନ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସିଂ ଦହିଆ, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଏବଂ ରାୟଗଡା ଜିଲ୍ଲାର ଅନ୍ୟାନ୍ୟ କ୍ରୀଡା ସଙ୍ଘଠନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.