ଭୁବନେଶ୍ୱର ଷ୍ଟେସନ୍‌ ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା

add-all

ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଯୁବକକୁ ପିଟିପିଟି ହତ୍ୟା । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ହୋଇଛି । ଯୁବକ କୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାରୁ ଜଣାପଡିଛି କି ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ପାଖରେ ମହମ୍ମଦ ଆଲମ ଓ ଶଙ୍କର ପାଣ୍ଡେ ନାମକ ଦୁଇଜଣ ଯୁବକ ନିଜ ନିଜ ପରିବାର ସହ ରୁହନ୍ତି।

ଶନିବାର ଅପରାହ୍ନରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । କଥା ବଢିବା ପରେ ସେମାନେ ନିଜ ନିଜ ମଧ୍ୟରେ ମାରପିଟ ହୋଇଥିଲେ। ଏହି ସମୟରେ ଶଙ୍କର କୌଣସି ଏକ ମାରଣାସ୍ତ୍ରରେ ଆଲମର ଛାତିକୁ ବାରମ୍ବାର ଆଘାତ କରିଥିଲା। ଫଳରେ ଆଲମ ଘଟଣା ସ୍ଥଳରେ ପଡି ଯାଇଥିଲେ। ଏହା ଦେଖି ଆଲମର ସ୍ତ୍ରୀ ଓ ଝିଅ ଏକ ଅଟୋରିକ୍ସାରେ ଆଲମକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ଆଲମଙ୍କୁ ମୃତ ଘୋଷଣା କରିଥଲେ।

ଘଟଣା ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରୁ ଖବର ପାଇ ଜିଆରପି ଥାନା ପୋଲିସ ତୁରନ୍ତ ଅଭିଯୁକ୍ତ ଶଙ୍କର ପାଣ୍ଡେକୁ ଧରି ଥାନାରେ ଅଟକ ରଖି ତଦନ୍ତ କରିଛି। ସେପଟେ ଶଙ୍କରର ସ୍ତ୍ରୀ ନିଜ ପିଲାଙ୍କୁ ନେଇ କେଉଁ ଆଡ଼େ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.