ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର…

add-all

ଚିତ୍ରକୋଣ୍ଡା-: ମାଲକାନଗିରି ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଝୁଲା ବ୍ରିଜ (ସାରକୁବନ୍ଧ) ଭଳି ବିଭିନ୍ନ ସ୍ଥାନରେ ମରାଯାଇଥିବା ଦେଖିବାକୁ ମିଳୁଛି ମାଓ ବିରୋଧୀ ପୋଷ୍ଟର l ଉକ୍ତ ପୋଷ୍ଟର ମୁତାବକ ମାଓବାଦୀ ମାନେ ବିଭଳି ନିରୀହ ଆଦିବାସୀ ମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଏବଂ ବିଭିନ୍ନ କାରଣ ଦର୍ଶାଇ ବିଭିନ୍ନ ସ୍ଥାନରେ ନୃଶଂଶ ଭାବେ ହତ୍ୟା କରୁଛନ୍ତି l ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ ଲଗାଉଛନ୍ତି ଫଳରେ ସେହି ସ୍ଥାନରେ ନିରୀହ ଆଦିବାସୀ ମାନେ ମରୁଛନ୍ତି l ମାଓବାଦୀ ମାନେ ବିଛିନ୍ନ ଦୁର୍ଗମ ଘାଟି ଅଞ୍ଚଳରେ କରୁଥିବା ରାସ୍ତା ଓ ବିଭିନ୍ନ ଉନ୍ନୟନ କାମକୁ ବିରୋଧ କରି ସେମାନଙ୍କ ଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଉକ୍ତ ପୋଷ୍ଟର ରେ ଉଲ୍ଲେଖ ରହିଛି l ଆଦିବାସୀ ଏକତା କୁ ବଜାୟ ରଖି ସମସ୍ତେ ମେଳି ହୋଇ ମାଓବାଦୀଙ୍କ ବିରୋଧରେ ସଂଗ୍ରାମ କରି ଗାଁ ଗାରେ ବିରୋଧ କରି ଭାତ ପାଣି ଆଦି ବନ୍ଦ କରିବାକୁ ବିଛିନ୍ନାଞ୍ଚଳ ଉନ୍ନୟନ ସଂଘ ତରଫରୁ ଆହ୍ୱାନ ଦିଆଯାଇଥିବା ପୋଷ୍ଟର ରେ ଉଲ୍ଲେଖ କରାଯାଇଛି l

ad-week
Leave A Reply

Your email address will not be published.