ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣୀ

add-all

ବ୍ରହ୍ମପୁର (୨୫/୦୪) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ‘ଦିବ୍ୟାଙ୍ଗଜନ ସମାଧାନ’ ଉପ-ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗମାନ ଶୁଣିଥିଲେ । ଅଭିଯୋଗ ଶୁଣାଣି କରି ତାର ଆଶୁ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦିବ୍ୟାଙ୍ଗ ମାନଙ୍କ ଜୀବନ ଜୀବୀକା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସେମାନେ ଯେପରି ସହଜରେ ଭତ୍ତା, ସ୍କଲାରସିପ୍, ବିକଳାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ କହିଥିଲେ । ଆଜିର ଦିବ୍ୟାଙ୍ଗଜନ ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ଅଞ୍ଚଳରୁ ସମୁଦାୟ 36 ଜଣଙ୍କ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା -33, ଗ୍ରାମ ଭିତ୍ତିକ ସମସ୍ୟା- 2, ଓ 30 ଗୋଟି ଅନ୍ୟାନ୍ୟ ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି l ଜଣକୁ ରେଡ କ୍ରସ ପାଣ୍ଟିରୁ 7500, ଟଙ୍କା ପ୍ରଦାନ କରାଯାଇଛି l
ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ. ସିଦ୍ଧେଶ୍ୱର ବଳୀରାମ ବୋନ୍ଧର, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଖା ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାସ, ଉପଖଣ୍ଡ ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା ଚନ୍ଦ୍ର ବେହେରା, ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ଉପଖଣ୍ଡର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.