ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ  

add-all

ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍‌ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ ଭୟଙ୍କର କିମ୍ବା ମଣିଷଠାରୁ ମଣିଷକୁ ଅଧିକ ସଂକ୍ରାମକ ନୁହଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ୨୦୦୨ରେ ପ୍ରଥମେ ଉତ୍ତର ଆମେରିକାରେ H3N8 ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଏହା ବ୍ୟାପିଥିଲା। ବିଶେଷ କରି ଘୋଡ଼ା, କୁକୁର ଏବଂ ସିଲ୍‌ଙ୍କ ନିକଟରେ ଏହି ଭୂତାଣୁ ଦେଖାଯାଇ ଥାଏ। କିନ୍ତୁ ପ୍ରଥମଥର ଏହି ଭାଇରସ୍‌ ମଣିଷ ଶରୀରରୁ ବ୍ୟାପିଥିବା ଜଣାପଡ଼ିଛି। ଚାଇନାର ଜାତୀୟ ସ୍ୱାସ୍ଥ୍ୟ କମିଶନ ମଙ୍ଗଳବାର କହିଛନ୍ତି ଯେ, ସେଣ୍ଟ୍ରାଲ ହେନ୍‌ନ୍ ଅଞ୍ଚଳରେ ଜଣେ ୪ ବର୍ଷୀୟ ପିଲା ଏହି ରୋଗରେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତାଙ୍କ ଦେହରେ ଜ୍ୱର ଏବଂ ଅନ୍ୟାନ୍ୟ କିଛି ଲକ୍ଷଣ ପରିଲକ୍ଷିତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଥିଲା। ପରେ ତାଙ୍କର ନୁମନା ପରୀକ୍ଷା ପରେ ପପଜିଟି ରିପୋର୍ଟ ଆସିଛି। ତଥ୍ୟ ଅନୁସାରେ ସମ୍ପୃକ୍ତ ବାଳକଙ୍କ ପରିବାର କିଛି କୁକୁଡ଼ା ରଖିଛନ୍ତି ଏବଂ ସେ ରହୁଥିବା ଅଞ୍ଚଳରେ ବଣୁଆ ବତକଙ୍କ ଚଳପ୍ରଚଳ ରହିଛି। ସିଧା ପକ୍ଷୀରୁ ହିଁ ସମ୍ପୃକ୍ତ ବାଳକକୁ ସଂକ୍ରମିତି ହୋଛି ଭାଇରସ୍। କିନ୍ତୁ ଏହି ଷ୍ଟ୍ରେନ ସେତିକି ଶକ୍ତିଶଳୀ ସଂକ୍ରମାକୁ ନହଁ। ଅର୍ଥାତ ମଣିଷ ପାଇଁ ଏହି ଭୂତାଣୁ ବେଶୀ ମାରାତ୍ମକ ନୁହଁ। ତେଣୁ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି ଚାଇନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
କାରଣ ଏହି ବାଳକ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ନୁମୁନା ମଧ୍ୟ ପରୀକ୍ଷା କରାଯାଇଥିଲା। ହେଲେ ସେମିଚି କିଛି ଅସ୍ୱାଭାବିକ୍‌ କିମ୍ବା ପଜିଟିଭ ରିପୋର୍ଟ ଆସି ନାହିଁ। ତେବେ ଏହି ରୋଗରୁ ରକ୍ଷା ପାଇଁ କିଛି ସତର୍କତା ମୂଳକ ପରାମର୍ଶ ଜାରି କରାଯାଇଛି । ମୁଖ୍ୟତଃ ମୃତ କମ୍ବା ରୋଗଗ୍ରସ୍ତ ବତକଠାରୁ ଦୂରେଇ ରହିବା ଉଚିତ। ନିଜେ ରହୁଥିବା ଆଖପାଖ ପରିବେଶକୁ ସଫାସୁରୀତାର ରଖିବା ଉଚିତ। ଯଦି କିଛି ଅସ୍ୱାଭାବିକ୍‌ ଜ୍ୱରର ଲକ୍ଷଣ ଦେଖାଦିଏ ତେବେ ପରୀକ୍ଷା କରିବା ଉଚିତ୍ ବୋଲି କୁହାଯାଇଛି। ବିଶେଷ କରି ବଣୁଆ ପକ୍ଷୀ ଏବଂ କୁକୁଡ଼ାଙ୍କ କ୍ଷେତ୍ରରେ ଏହି ଭୂତାଣୁ ଠାବ କରାଯାଇଥାଏ। ୧୯୯୭ରେ H5N1 ଏବଂ ୨୦୧୩ରେ H7N9 ଷ୍ଟ୍ରେନ୍‌ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା।

ad-week
Leave A Reply

Your email address will not be published.