
ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଥିଲା।
ଆକ୍ରମଣ ପାଇଁ ଦାୟୀ ବୋଲି ଘୋଷଣା କରୁଥିବା ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ବାଲୋଚିସ୍ତାନ ଲିବରେସନ୍ ଆର୍ମି’ (ବିଏଲ୍ଏ) ବିବୃତି ଅନୁସାରେ, ୩୦ ବର୍ଷୀୟ ଆତ୍ମଘାତୀ ବୋମା ବିସ୍ଫୋରଣକାରିଣୀ ଶାରି ବାଲୋଚ୍ ଥିଲେ ବାଲୋଚିସ୍ତାନର ତୁର୍ବତ୍ ଅନ୍ତର୍ଗତ ନିଆଜର୍ ଅବଦ୍ବାସିନୀ। ପ୍ରାଣୀ ବିଜ୍ଞାନରେ ସ୍ନାତକତ୍ତୋର ହାସଲ୍ କରିବା ପରେ ସେ ଜଣେ ଡାକ୍ତରଙ୍କୁ ବାହା ହୋଇଥିଲେ। ଏବେ ସେ ଏମ୍ଫିଲ୍ କରିବା ସହ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଅଧ୍ୟାପନା କରୁଥିଲେ।
‘ବିଏଲ୍ଏ’ର ମଜୀଦ୍ ବ୍ରିଗେଡ୍ର ‘ସ୍ପେସାଲ୍ ସେଲଫ୍-ସାକ୍ରିଫାଇସ୍ ସ୍କ୍ବାଡ୍’ରେ ୧ ବର୍ଷ ପୂର୍ବେ ଶାରି ବାଲୋଚ୍ ଯୋଗ ଦେଇଥିଲେ। ତାଙ୍କର ଦୁଇ ପିଲା, ୮ ବର୍ଷିୟ ମାରୋଶ୍ ଏବଂ ୪ ବର୍ଷିୟ ମୀର୍ ହସନ୍ଙ୍କ ପାଇଁ ‘ସ୍କ୍ବାଡ୍’ରୁ ବାହାରି ଯାଇ ପାରନ୍ତି ବୋଲି ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ, ସେ ତାହା ଗ୍ରହଣ କରି ନ ଥିଲେ।
ଏବେ ଅଧିକ ଚୀନା ନାଗରିକ ଏବଂ ବାଲୋଚିସ୍ତାନ ଓ ପାକିସ୍ତାନରେ ଚୀନ୍ର ସ୍ବାର୍ଥ ଉପରେ ଅଧିକ ଆକ୍ରମଣ କରିବ ବୋଲି ‘ମଜୀଦ୍ ବ୍ରିଗେଡ୍’ କହିଛି।