
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତୀ କାର୍ଯ୍ୟାଳୟ ସଭାଗୃହରେ ‘ଶିଶୁଙ୍କ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସହ ଶିଶୁ ସୁରକ୍ଷା କମିଟି ତଥା ବ୍ଲକସ୍ତରୀୟ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପିଡି ଡିଆରଡିଏ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ସମ୍ମାନିତ ଅତିଥିଭାବେ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବିଡିଓ ସୁଵ୍ରତ କୁମାର ଜେନା ଯୋଗଦେଇଥିଲେ।
ହିଞ୍ଜିଳିକାଟୁସମନ୍ନିତ ଶିଷୁ ବିକାଶ ପ୍ରକଳ୍ପ ଅଧୁକାରିଣୀ ଅଂଶୁପା ସାହୁ ଉପସ୍ଥିତ ଥିବା ସମସ୍ତ ସଭ୍ୟ/ସଭ୍ୟଙ୍କୁ ସ୍ବାଗତ ଜଣାଇ ବାଲ୍ୟବିବାହ ନିଷେଧ ନିୟମାବଳୀ, କିଶୋରୀ ଶକ୍ତକରଣ ପାଇଁ ଥିବା ବ୍ୟବସ୍ଥା, ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ତିନି ମାସରେ ବିଭିନ୍ନ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରତ୍ୟେକ ଗ୍ରାମରେ ନିୟମିତ ବୈଠକ କରି ସଚେତନତା ସୃଷ୍ଟି କରିବା ସହ ଶିଶୁ ନିର୍ଯାତନା, ଶିଶୁ ଚାଲାଣ, ଶିଶୁ ଶ୍ରମିକ ତଥା ବାଲ୍ୟବିବାହ ବନ୍ଦ କରିବା ନିମନ୍ତେ ସମସ୍ତ ବିଭାଗର ମିଳିତ ଉଦ୍ୟମ ଏବଂ ସହଯୋଗ କାମନା କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଵିଦ୍ୟାଳୟରେ ଶିଶୁଙ୍କ ଉପସ୍ଥାନ, ଦିଆଯାଉଥିବା ବିଭିନ୍ନ ସୁବିଧା ତଥା ସୁଯୋଗ ଏବଂ ସ୍କୁଲ ଡ୍ରପ୍ ଆଉଟ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ବାଲ୍ୟବିବାହର କୁପରିଣାମ ବିଷୟରେ ଆଲୋଚନା କରିଥିଲେ ।ବ୍ଲକ ସମଜିକ ସୁରକ୍ଷା ଅଧିକାରୀ ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଏବଂ ଲକ୍ଷସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମ ପଚା ୟତ ସମ୍ପ୍ରସାରଣ ଅଧିକାରୀ କମିଟିର ପ୍ରତ୍ୟେକ ସଦସ୍ୟ ଗ୍ରାମ୍ୟ ସ୍ତରରେ ଯେପରି ନିୟମିତ ବୈଠକ କରିବେ ସେ ଉପରେ ଗୁରୁତ୍ଵାରୋପ କରିଥିଲେ। ମୁଖ୍ୟ ଅତିଥି ଶିଶୁ ସୁରକ୍ଷା ପାଇଁ ପ୍ରତ୍ୟେକ ପିତାମାତାଙ୍କ ଦାୟିତ୍ବ, କରିବା ଏବଂ ସଚେତନତା ଉପରେ ଗୁରୁ ପ୍ରଦାନ କରିଥିଲେ । ବାଲ୍ୟବିବାହ ରୋକିବାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଲୋକେ ଏବେ ବି ସଚେତନ ନଥିବା କାରଣରୁ ବାଲ୍ୟବିବାହ କରାଯାଉଛି। ତେଣୁ ଟାସ୍କଫୋର୍ସ କମିଟି ଦ୍ୱାରା ଏହାକୁ ରୋକିବାରେ ସଫଳ ପଦକ୍ଷେପ ନିଆଯାଇ ପାରିବ ବୋଲିବୈଠକରେ ଅତିଥି ଗଣ ମତ ପ୍ରକାଶ କରିଥିଲେ। ଅନ୍ୟପଟେ ଶିଶୁମାନଙ୍କୁ ପାଠପଢ଼ା ସମୟରେ ଅଧିକ ଚାପଗ୍ରସ୍ତ ହେବାକୁ ନଦେଇ ତାଙ୍କ ମନକଥା ବୁଝିବାକୁ ଉଦ୍ୟମ କରିବା ସହ ସେମାନଙ୍କ ପ୍ରତିଟି ସମସ୍ୟାର ସମାଧାନ ଦିଗରେ ଅଭିଭାବକ ଓ ଶିକ୍ଷକ ଗୁରୁତ୍ବ ଦେବା ନେଇ ଆଲୋଚନା ହୋଇଥିଲା ବୈଠକରେ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ସମସ୍ତ ପଚାଂୟତ ସରପଂଚ, ହିଞ୍ଜିଳିକାଟୁ ଵ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ,ମିଶନ ଶକ୍ତି ବିପିସି , ଶିଶୁ ବିକାଶ କାର୍ଯ୍ୟାଳୟର ସମସ୍ତ ସୁପରଭାଇଜର ଓ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।