ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ପ୍ରାର୍ଥୀ ପତ୍ର ଦାଖଲ

add-all

ବ୍ରହ୍ମପୁର (୨୭/୦୪) : ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ବ୍ରହ୍ମପୁର ଜ଼ିଲ୍ଲାର ଦୁଇଟି ଦଳ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ଗୋଟିଏ ଦଳରେ ସଭାପତି କାଳିଚରଣ ଷଢଙ୍ଗି, ଉପ ସଭାପତି ବ୍ରହ୍ମ ନାରାୟଣ ସାମନ୍ତରା, ସମ୍ପାଦକ କେ. ଶ୍ରୀନିବାସ ପାତ୍ର, କୋଷlଧକ୍ଷ ଅନିଲ କୁମାର ପାତ୍ର, ସହ ସମ୍ପୂର୍ଣ୍ଣ ୧୧ ଜଣ ଟିମର ସହ ସହ ସଂଖ୍ୟକ ପୋଲିସଙ୍କ ଗହଣରେ ହିଲପାଟଣା ଗଣେଷ ମନ୍ଦିରରେ ଗଣେଷ ଓ ହନୁମାନଙ୍କ ଆଶୀର୍ବାଦ ନେଇ ଏକ ବିଶାଳ ବାଇକ ରାଲିରେ ଯାଇ ବ୍ରହ୍ମପୁର ଏସପିଙ୍କ ଅଫିସରେ ପାର୍ଥୀ ପତ୍ର ଦାଖଲ କରିଥିଲେ l

ଅପର ପକ୍ଷରେ ସଭାପତି ନୟନ ଆଚାର୍ଯ୍ୟ,ଉପ ସଭାପତି ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ ପ୍ରଶାନ୍ତ ମାର୍ଥା, କୋଷlଧକ୍ଷ ଜେନା ପଟ୍ଟନାୟକ ସହ ୧୧ ଜଣ ପୋଲିସ କର୍ମକର୍ତ୍ତା ସମେତ ଏମ କେସିଜି ଆଇ ହସ୍ପିଟାଲ ପ୍ରାଙ୍ଗଣରେ ଥିବା ହନୁମାନଙ୍କ ଦର୍ଶନ କରି ଏକ ବାଇକ ରାଲିରେ ବ୍ରହ୍ମପୁର ଏସପି ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ସଭାପତି କାଳି ଚରଣ ଷଢଙ୍ଗି ଓ ତାଙ୍କ ଟିମ ବିଗତ ଦୁଇବର୍ଷ ହେଲା ସଂଘରେ ରହି ଆସିଛନ୍ତି l ବିଗତ ଦୁଇ ବର୍ଷ ମଧ୍ୟରେ କରୋନା ସମୟରେ ବ୍ରହ୍ମପୁର ଫୋର୍ସଙ୍କ ଗହଣରେ ରହି ସମସ୍ତଙ୍କ ସୁଖ ଦୁଃଖରେ ସାଥି ହୋଇ ଚାଲିଛନ୍ତି l ଏଣୁ ବ୍ରହ୍ମପୁର ହାବିଲ ଦାର କନେଷ୍ଟବଳ ସଂଘର ସମସ୍ତ ସଭ୍ୟ ବୃନ୍ଦଙ୍କ ବିପୁଳ ସମର୍ଥନ ରହିଛି l ଏବେ ଦେଖିବା କଥା ମେ ୮ ତାରିଖ ଦିନ କେଉଁ ଦଳର ଭାଗ୍ୟ ନିରୂପଣ ହେବ ମେ ୯ ରେ ତାର ଫଳାଫଳ ଜଣାପଡିବ l

ad-week
Leave A Reply

Your email address will not be published.