ତାରିଣୀଙ୍କ ମେଳା ଅନୁଷ୍ଠିତ…

add-all

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଗୋନା ପଞ୍ଚୟେତର ଭାରଷଣ୍ଡି ଡି, ଏନ, କେ, ଗ୍ରାମରେ ଶ୍ରୀ ଶ୍ରୀ ମା ତାରିଣୀଙ୍କ ମେଳା ଅନୁଷ୍ଠିତ ହେଉଅଛି ଉକ୍ତ ମେଳାରେ ବହୁ ଦୁର ଦୁରାନ୍ତର ରୁ ଅନେକ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ପାଇଁ ଆସି ଥାନ୍ତି ଏହି ମେଳା ପାଇଁ ଅନେକ ବେପାରୀ ମାନେ ଆସି ଦୋକାନ ଲଗାଇ ଥାନ୍ତି , ଏଠାରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଅଂଶ ଗ୍ରହଣ କରି ମେଲାଟିର ଶୋଭା ବଡାଇଥିଲେ, ଏଠାରେ ମୁଖ୍ୟ ଆକର୍ଷନ ବଡ଼ ଝୁଲା, ବ୍ରେକ ଡ୍ୟାନ୍ସ ଝୁଲା, ଡ୍ରାଗନ ପାଣି ଟ୍ରେନ ଓ ହେଲିକ୍ୟାପ୍ଟର ଝୁଲା, ହେଲିକ୍ୟାପ୍ଟର ଝୁଲାର ମାଲିକ ଭରତ ରାୟ ବନଗାଁ କୋଳିକାତାରୁ ଆସିଥିଲା ସେହି ପରି ଆର ତିନୋଟି ଝୁଲାର ମାଲିକ ରଂଜିତ କୁମାର ସୁଦର ବିହାରରୁ ଆସିଥିଲା, ଭାରଷଣ୍ଡି ଗାଁର ସମସ୍ତେ ମହାମାରୀ କରୁଣା କୁ ଆଖି ଆଗରେ ରଖି ମେଲାଟି ପରିଚାଳନା କରି ଯେ ପରି ସୁସମ୍ପୂର୍ଣ୍ଣ ହୁଏ ସେ ଦିଗରେ ବିଶେଷ ଧ୍ୟାନ ଦେଉ ଥିବାରୁ ଦେଖିବାକୁ ମିଳିଲା ଏହି ମେଳାର ପ୍ରେସିଡେଣ୍ଟ ଶ୍ରୀ ମଣିଷ ମଜୁମଦାର, ଭାଇଛ ପ୍ରେସିଡେଣ୍ଟ, ଶ୍ରୀ ରଂଜିତ ରାୟ, କାସିଆର ଶ୍ରୀ ଶଙ୍କର ମଣ୍ଡଳ, ସ୍ୱଦଶ୍ୟ ମଣ୍ଡଳି, ଶ୍ରୀ ମଦନ ଦତ୍ତ, ଶ୍ରୀ ନେପାଳ ଘରାମି, ଶ୍ରୀ ହୀରା ବିଶ୍ୱାସ, ଶ୍ରୀ ବାଦଳ ହୀରା, ଶ୍ରୀ ଅଲୋକେଶ ମିସ୍ତ୍ରୀ, ଶ୍ରୀ କାଳିଦାସ ହାଲଦାର,ଶ୍ରୀ ରବି ହାଲଦାର, ଜଣାଶୁଣା ବିଶିଷ୍ଟ ଶିକ୍ଷାବିଦ ଶ୍ରୀ ଶ୍ୟାମସୁନ୍ଦର ମିସ୍ତ୍ରୀ ଓ ଭାରଷଣ୍ଡି ଗ୍ରାମର ପ୍ରମୁଖ ସମସ୍ତେ ମିଳି ମିଶି ମେଲାଟିର ଦାୟିତ୍ୱ ନେଇ ଯେ ପରି କୌଣସି ଅସୁବିଧା ବା ଅପ୍ରୀତିକର ଗଟଣା ନ ଘଟେ ସେଥି ପ୍ରତି ବିଶେଷ ସତର୍କ ଦୃଷ୍ଟି ଦେଉଥିବାରୁ ଦେକିବାକୁ ମିଳିଥିଲା

ad-week
Leave A Reply

Your email address will not be published.