
ହିଞ୍ଜିଳିକାଟୁ : ଚଳିତ ମାସ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରବଳ ଖରା ହେଉଥିବାରୂ ପଥଚାରୀ ତଥା ଯାତ୍ରୀଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ମାଂ ଵ୍ୟାଘ୍ରଦେଵି ଘରୋଇ ବସ୍ ମାଲିକ ସଂଘ ଉଦ୍ୟମରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୂତନ ବସ ଟର୍ମିନାଲ ପରିସରରେ ଜଳଛତ୍ର ଖୋଲିଛନ୍ତି | ଜଳଛତ୍ର କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ,ଅନ୍ୟତମ ଅତିଥିମାନେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ଵିଜେଡି ନେତା ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପ୍ରେସକ୍ଳଵ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।ହିଞ୍ଜିଳିକାଟୁ ପୁରୋହିତ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ପୂଜାପାଠ କରିବା ପରେ ଅତିଥୁ ବୃନ୍ଦ ରିବନ କାଟି ଜଳଛତ୍ର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ସଂଘ ପକ୍ଷରୁ ପଥଚାରୀଙ୍କୁ ଥଣ୍ଡା ପାଣି ଓ ନବାତ ଛେନା ପଣା ଯୋଗାଇଥିଲେ । ଜଳଛତ୍ର ଖୋଲିବାରେ ପଥତାରୀ ସାଧୁବାଦ ଜଣାଇଥିଲେ। ମାଁ ବ୍ୟାଘ୍ରଦେବି ଘରୋଇ ବସ୍ ମାଲିକ ସଂଘ ର ଅରଖିତ ଜେନା, ଅରୁଣ କୁମାର ନାହାକ, ରାକେଶ ସାହୁ, ଶୁସାନ୍ତ ପ୍ରଧାନ, କୋରାମଣି ରାଉଳ, ଜଗନ୍ନାଥ ଭଞ୍ଜ,ପ୍ରେସକ୍ଳବ ହିଞ୍ଜିଳିକାଟୁ ସଦସ୍ୟ ଵିଭୁ ପ୍ରସାଦ ପଣ୍ଡା, ଶେଷଦେବ ସାହୁ, ବିଶ୍ଵମ୍ଵର ସାହୁ, ମାନସ ଵେହେରା, ରଞ୍ଜନ ପ୍ରଧାନ. ମଣ୍ଟୁ ସାହୁ ଙ୍କ ସମେତ ଯୁବଗୋଷ୍ଠୀ ସହାୟତା କରିଥିଲେ। ପ୍ରତିଦିନ ମାଟି ହାଣ୍ଡି ସଫେଇ କରାଯାଇ ପାଣି ରଖାଯିବା ସହ ପଥଚାରୀଙ୍କୁ ପାଣି ଯୋଗାଇବା ନିମନ୍ତେ ଜଣେ ଯୁବକ ଜଗି ରହିବେ ବୋଲି ଶୁସାନ୍ତ ପ୍ରଧାନ କହିଛନ୍ତି। ଗ୍ରୀଷ୍ମ ପ୍ରବାହ କମିବା ପର୍ଯ୍ୟନ୍ତ ନିଜେ ଜଳଛତ୍ର ପରିଚାଳନା କରିବେ ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ ଅନୁରୁପ ଭାବେ ହିଞ୍ଜିଳିକାଟୁ ଵିଜୁ ଜନତା ଦଳ ତରଫରୁ ହିଞ୍ଜିଳିକାଟୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଜ୍ଞାନ ମହା ବିଦ୍ୟାଳୟ ନିକଟରେ ବିଜୁ ଛାତ୍ର ଜନତା ଦଳ ତରଫ ରୁ ଏକ ଜଳ ଛତ୍ର ର ଶୁଭାରମ୍ଭ ହୋଈଛି ।ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଇ ମୁଖ୍ୟ ଅତିଥି ଭାଵେ ଯୋଗଦେଇ ଜଳଛତ୍ର ଶୁଭାରମ୍ଭ କରିଥୁଲେ ।ହିଞ୍ଜିଳିକାଟୁ ଵିଜେଡି ର ଵହୁ ଯୂଵ ଓ ନେତା ସହଯୋଗ କରିଥିଲେ ।
