ପ୍ରୟାଗରାଜରେ ରେକର୍ଡ ଭାଙ୍ଗି ୪୭ ଡିଗ୍ରୀ ଛୁଇଁଲା ପାରଦ

add-all

ପ୍ରୟାଗରାଜ: ଓଡ଼ିଶା ସମେତ ସମଗ୍ର ଦେଶରେ ଜାରି ରହିଛି ହିଟ୍‌ୱେଭ। ପ୍ରଚଣ୍ଡ ଖରା ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏପରି ହୋଇଛି ଯେ ଦେଶର ବିଭିନ୍ନ ସହରରେ ଦିନର ତାପମାତ୍ରା ରେକର୍ଡ ଭାଙ୍ଗି ଚାଲିଛି। ଏହିକ୍ରମରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ଦେଶର ସବୁଠାରୁ ଉତ୍ତପ୍ତସହର ପାଲଟିଛି।
ଦୀର୍ଘ ୨୨ ବର୍ଷର ରେକର୍ଡ ଭାଙ୍ଗି ପ୍ରୟାଗରାଜର ସର୍ବୋଚ୍ଚ ତାପାମାତ୍ରା ୪୭ ଡିଗ୍ରୀ ଚୁଇଁଛି। ପୂର୍ବରୁ ଏପ୍ରିଲ ମାସରେ କେବେ ହେଲେ ଲୋକମାନେ ଏତେଣ ଟାଣ ଖରାରର ସମ୍ମୁଖୀନ ହୋଇ ନଥିଲେ। ପ୍ରୟାଗରାଜ ବ୍ୟତୀତ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
ପ୍ରୟାଗରାଜରେ ଶେଷଥର ପାଇଁ ୧୯୯୯ ମସିହା ଏପ୍ରିଲ ୩୦ରେ ଦିନର ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତବର୍ଷ ଏପ୍ରିଲରେ ଏହା ୪୪.୩ ଓ ୨୦୨୦ରେ ୪୩.୭ ଡିଗ୍ରୀ ଥିଲା। ଏହାର ଅର୍ଥ ଚଳିତ ବର୍ଷ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମେ’ ୫ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ କୌଣସି ପ୍ରକାରର ନିସ୍ତାର ମିଳିବ ନାହିଁ। ଅଧିକାଂଶ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ସେହିପରି ତାପମାତ୍ରା ୪୭ ଡିଗ୍ରୀ ପାର କଲେ ଭୀଷଣ ହିଟୱେଭର ସତର୍କ ସୂଚନା ଜାରି କରାଯିବ।
ଭାରତୀୟ ପାଣିପାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି, ଓଡ଼ିଶା, ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ଆଜି ଦିନର ତାପାମାତ୍ରା ଅଧିକ ରହିଛି। ତେବେ ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ ଓ ହରିଆଣାରେ ମେ‘ ୨ରୁ ୪ ମଧ୍ୟରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବର୍ଷା ହେଲେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀରୁ ୩୯ ଡିଗ୍ରୀ ମଧ୍ୟରେ ରହିବ ବୋଲି ସେ ଆକଳନ କରିଛନ୍ତି।

ad-week
Leave A Reply

Your email address will not be published.