ପତିପତ୍ନୀଙ୍କୁ ପିଟି ଦେଲା ଟ୍ରକ୍‌, ପତ୍ନୀ ମୃତ

add-all

ଭୁବନେଶ୍ୱର: ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଉଜୁଡ଼ିଗଲା ସଂସାର। ଏକ ଟ୍ରକ୍‌ ପିଟି ଦେବାରୁ ସ୍କୁଟିରେ ବସିଥିବା ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ୱାମୀ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଭୁବନେଶ୍ୱର ନୂଆଗାଁ ପେଟ୍ରୋଲ ଟାଙ୍କି ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଜାମ୍‌ ହୋଇଥିଲା। ପୁଲିସ୍‌ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ସ୍ୱାମୀଙ୍କୁ ମେଡିକାଲ ପଠାଇଛି। ଏହାପରେ ଯାନାବାହନ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଦମ୍ପତିଙ୍କ ପରିଚୟ ମିଳିପାରିନି।

ad-week
Leave A Reply

Your email address will not be published.