ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କଲା କ୍ରାଇମବ୍ରାଞ୍ଚ

add-all

କଟକ: କ୍ରାଇମବ୍ରାଞ୍ଚ ଅନଲାଇନ ସିମ୍‌ ଠକେଇର ପର୍ଦ୍ଦାଫାସ କରିଛି। ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୩୨ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।

ଅଧିକ ପଚରାଉଚରା କରିବା ପାଇଁ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ। ସୋସିଆଲ ମିଡିଆରେ ବାୟର ସେଲର ଅଫ ଓଟିପି ନାଁରେ ଏକ ଗ୍ରୁପ ରହିଥିଲା। ଏହି ଗ୍ରୁପ ଜରିଆରେ ହିଁ ବଡ଼ ଧରଣର ସ୍କାମ୍‌ କରାଯାଉଥିଲା। ଦୁଷ୍ମନ୍ତ ସାହୁ ଏହି ଠକେଇ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା। ଯେଉଁଥିରେ ଏହି ବଡ଼ ଧରଣର ସ୍କାମ କରାଯାଉଥିଲା ।

ତେବେ ପ୍ରତି ସିମ୍‌ ୪୦୦ ଟଙ୍କାରେ ବିକୁଥିଲେ ଏହି ଅଭିଯୁକ୍ତ। ବିଭିନ୍ନ କମ୍ପାନି ସିମ୍‌କୁ ଅନଲାଇନ ଗ୍ରୁପ ମାଧ୍ୟମରେ ବିକ୍ରି କରୁଥିଲେ। ଏହି ମାମଲାରେ ଆହୁରି ତଦନ୍ତ ବାକି ରହିଛି। ବିଗତ ଦୁଇ ବର୍ଷ ହେଲା ଏହା ସ୍କାମ୍‌ କରି ଆସୁଥିଲେ ଅଭିଯୁକ୍ତ। କୌଣସି ଏକ ସୂତ୍ରରୁ ଖବର ପାଇ ଏହି ଠକେଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ad-week
Leave A Reply

Your email address will not be published.