ରୁଷ୍‌କୁ ଏକଘରିଆ କରିବା ଲାଗି ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ଜର୍ମାନି

add-all

ବ୍ଲୁମ୍‌ବର୍ଗ: ରୁଷ୍‌କୁ ଏକଘରିଆ କରିବାର ଉଦ୍ୟମସ୍ବରୂପ ଆସନ୍ତା ମାସରେ ‘ଗ୍ରୁପ୍‌ ଅଫ୍‌ ସେଭେନ୍‌ ଲିଡର୍ସ’ର ଶିଖର ବୈଠକକୁ ବିଶେଷ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ଲାଗି ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ସ୍‌ ଯୋଜନା କରୁଛନ୍ତି।
ପାଳି ଅନୁଯାୟୀ ସମ୍ପ୍ରତି ଜି-୭ର ଅଧ୍ୟକ୍ଷତା ଦାୟିତ୍ବରେ ଥିବା ଜର୍ମାନି ଜୁନ୍‌ ୨୬ରୁ ୨୮ ତାରିଖ ମଧ୍ୟରେ ବାଭାରିଆନ୍‌ ଆଲ୍‌ପ୍‌ସ୍‌ରେ ହେବାକୁ ଥିବା ସମାବେଶକୁ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା ଏବଂ ସେନେଗଲ୍‌କୁ ମଧ୍ୟ ଆମନ୍ତ୍ରଣ କରିବ। ଆଜି ବର୍ଲିନ୍‌ରେ ଏବଂ ମିଳିତ ଜର୍ମାନ୍‌-ଭାରତ କ୍ୟାବିନେଟ୍‌ ମିଟିଙ୍ଗ୍‌କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବା ବେଳେ ସୋଲ୍‌ସ୍‌ ଆଜି ଉପରୋକ୍ତ କଥା ଘୋ‌ଷଣା କରିପାରନ୍ତି।
ରୁଷୀୟ ଆକ୍ରମଣକୁ ନିନ୍ଦା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ କୁଣ୍ଠାବୋଧ କରୁଥିବାରୁ ତାଙ୍କୁ ‘ଜି-୭’ ସମ୍ମିଳନୀକୁ ଡକାଯିବା କି, ନାହିଁ ସୋଲ୍‌ସ୍‌ ସ୍ଥିର କରିପାରୁ ନ ଥିଲେ।
କିନ୍ତୁ, ବର୍ଦ୍ଧିତ ଜନସଂଖ୍ୟା ଏବଂ ଦୀର୍ଘ ଗଣତାନ୍ତ୍ରିକ ପରମ୍ପରା ଥିବାରୁ ଭାରତକୁ ‘ଜି-୭’ରେ ଅନ୍ତର୍ଭୁକ୍ତ କରିବା ଲାଗି ଜର୍ମାନ୍‌ ଚାନ୍‌ସେଲର୍‌ ସ୍ଥିର କରିଛନ୍ତି। ରୁଷ୍‌କୁ ଏକଘରିଆ କରିବା ଉଦ୍ୟମରେ ଭାରତ ଜଣେ ମୂଲ୍ୟବାନ ଅଂଶୀଦାର ହୋଇପାରେ ବୋଲି ସେ ଆଶା କରୁଥିବା କଥା ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ କିଛି ଲୋକ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ସୋଲ୍‌ସ୍‌ ଚିନ୍ତା କରୁଛନ୍ତି।

ad-week
Leave A Reply

Your email address will not be published.