କଳା ସାଗରରେ ରୁଷ ଡଙ୍ଗାକୁ ଉଡ଼ାଇଲା ୟୁକ୍ରେନ

add-all

କିଭ୍: କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପ୍ୟାଟ୍ରୋଲିଂ କରୁଥିବା ରୁଷର ଦୁଇଟି ଡଙ୍ଗାକୁ ଉଡ଼ାଇ ଦେଇଛି ୟୁକ୍ରେନ। ଡ୍ରୋନ୍‌ ଦ୍ୱାରା ୟୁକ୍ରେନ ସେନା କରିଥିବା ହମଲାରେ ରୁଷର ଦୁଇଟି ଯାକ ଡଙ୍ଗା ଧ୍ୱଂସ ହୋଇଯିବା ସହ ପାଣିରେ ବୁଡ଼ି ଯାଇଛି। ଏ ସମ୍ପର୍କରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୋଟିଏ ଭିଡିଓ ମଧ୍ୟ ଜାରି କରାଯାଇଛି। ଏଥିରେ ହମଲାରେ କେମିତି ଗୋଟିଏ ମିଲିଟାରୀ ଭେଇକିଲ୍‌ ଧ୍ୱଂସ ହୋଇଯାଇଛି, ତା’ର ଦୃଶ୍ୟ ରହିଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ରୁଷର ଦୁଇଟି ରାପଟୋର ବୋଟ୍‌ ଆଜି ଭୋର୍‌ରୁ ସ୍ନେକ ଦ୍ୱୀପପୁଞ୍ଜ ନିକଟରେ ଧ୍ୱଂସ ହୋଇଛି।” ଆକାଶ ମାର୍ଗରୁ ଶୁଟିଂ ହୋଇଥିବା ଆକ୍ରମଣର ବେଳର କଳା ଧଲା ଭିଡିଓ ମଧ୍ୟ ମନ୍ତ୍ରଣାଳୟ ଜାରି କରିଛି। ଗୋଟିଏ ରାପଟୋର ବୋଟ୍‌ରେ ୩ ଜଣ କ୍ରୁ ଓ ୨୦ ଜଣ ବ୍ୟକ୍ତି ରହିପାରିବେ। ଏହି ଡଙ୍ଗାରେ ପ୍ୟାଟ୍ରୋଲିଂ କରୁଥିବା ଯବାନମାନେ ମେସିନ ଗନ୍‌ ବ୍ୟବହାର କରନ୍ତି। ଏଥିସହ ଲ୍ୟାଣ୍ଡିଂ ଅପରେସନ ମଧ୍ୟ ରୁଷ ଏହି ଡଙ୍ଗାରେ କରୁଥିଲା। କିନ୍ତୁ ଆଜି ରୁଷ ସେନାକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।
ଏହାପୂର୍ବରୁ ଏପ୍ରିଲ ମାସରେ କଳା ସାଗରରେ ରୁଷର ଯୁଦ୍ଧ ଜାହାଜ ମୋସ୍କଭା ୟୁକ୍ରେନ ହମଲାରେ ବୁଡ଼ି ଯାଇଥିଲା। ବିସ୍ଫୋରଣ ପରେ ହିଁ ଏପରି ଘଟିଥିଲା।

ad-week
Leave A Reply

Your email address will not be published.