କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍‌ ଲୁଟ୍‌ ଘଟଣା, ୪ ଡକାୟତ ଗିରଫ

add-all

କଟକ: କଟକ ବିଡ଼ାନାସୀ ଚହଟାନଗର ଅଞ୍ଚଳରେ ସିରିଜ୍‌ ଲୁଟ୍‌ ଘଟଣାରେ ୪ ଡକାୟତ ଗିରଫ। ସେମାନଙ୍କୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଜବତ ହୋଇଛି। ଏକ ବୋଲେରୋ ମଧ୍ୟ ଜବତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ସିସିଟିଭି ଫୁଟେଜ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଛି। ଗତ ମାର୍ଚ୍ଚ ୮ ତାରିଖରେ ତିନୋଟି ଘରୁ ଲୁଟ୍‌ କରିଥିଲେ ଦୁର୍ବୃତ୍ତ। ୧୦ ଲକ୍ଷରୁ ଊର୍ଦ୍ଧ୍ଵ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଝରକା ତାଡ଼ି ସମସ୍ତଙ୍କ ଘରୁ ଚୋରି ହୋଇଥିଲା। ଚୌଦ୍ୱାର, କେନ୍ଦ୍ରାପଡ଼ା ତଥା ଅନ୍ୟ ଜିଲ୍ଲାରେ ମଧ୍ୟ ପୂର୍ବରୁ ସିରିଜ୍‌ ଡକାୟତି କରିଛନ୍ତି ଏହି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗରେ ଆହୁରି ସଦସ୍ୟ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଥିବା କହିଛନ୍ତି କଟକ ଡିସିପି।

ad-week
Leave A Reply

Your email address will not be published.