ମାଲକାନଗିରି ୧୮ନଂ ୱାର୍ଡରେ ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ଅଭିଯୋଗ ବାଢିଲେ ବସ୍ତିବାସିନ୍ଦା

add-all

ମାଲକାନଗିରି : ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରେ ନିର୍ମିତ ହେବାକୁ ଥିବା ରାସ୍ତା, ଡ୍ରେନ ଓ ଶିଶୁଉଦ୍ୟାନ ନିର୍ମାଣକୁ ନେଇ ବିବାଦ ମୁଣ୍ଡ ଟେକିଛି l ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାଇ ପୌରନିର୍ବାଚନ ପୂର୍ବରୁ ମ୍ୟୁନିସପାଲଟି ତରଫରୁ ୱାର୍ଡ ହେଉଥିବା ବିକାଶ କାର୍ଯ୍ୟ ପାଇଁ ସାହି ଯୁବକଙ୍କୁ କାର୍ଯ୍ୟଦେଶ ଦେବାପାଇଁ ପ୍ରତିଶୃତି ମିଳିଥିଲା l ଯାହାଫଳରେ ଶିଶୁ ଉଦ୍ୟାନ ନିର୍ମିତ ହେବା ଜାଗାରେ ମାଟି ପକାଇଥିଲେ ୱାର୍ଡ ଯୁବକ କିନ୍ତୁ ପୌରନିର୍ବାଚନ ସରିବା ପରେ ତାହାର ସ୍ଥିତି ବଦଳି ଯାଇଥିଲା ସାହି ଲୋକ ପରିବର୍ତ୍ତେ ଅନ୍ୟ ଜଣେ ଠିକାଦାର ଉକ୍ତ କାମ ଆରମ୍ଭ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l ସାହିବାସିନ୍ଦାଙ୍କ କହିବା ଅନୁଯାୟୀ ଅଙ୍ଗନବାଡି କର୍ମୀ ପ୍ରମିଳା କୋଚିମ
ୱାର୍ଡର (S.D.A) ସଦସ୍ୟଙ୍କୁ ନ ଜଣାଇ ଓ ଉକ୍ତ ନୂତନକାର୍ଯ୍ୟ କୁ ଅନ୍ୟ ଏକ ଠିକାଦାରଙ୍କ ପାଇଁ ପ୍ରସ୍ତାବ ଦେଇଥିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା l (S.D.A) ସ୍କିମରେ ହେଉଥିବା କାର୍ଯ୍ୟଟିରେ ଅଙ୍ଗନବାଡ଼ି ଦିଦିଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୧୮ନଂ ୱାର୍ଡ ବାସିନ୍ଦା ଆଗାମୀଦିନରେ ପ୍ରତିଶୃତି ଅନୁଯାଇ ୧୮ନଂ ୱାର୍ଡ ବାସିନ୍ଦାକୁ କାର୍ଯ୍ୟାଦେଶ ପ୍ରଦାନ ନ କରାଗଲେ ଅନ୍ୟ ଠିକାଦାରଙ୍କୁ ସାହିରେ କାମ କରିବାକୁ ଦେବୁନାହିଁ ବୋଲି ୱାର୍ଡ ର ରୁଚି ଅନ୍ତିୟା (କାଉନସିଲର 18ନଂ ୱାର୍ଡ )ମସିଚରଣ ଗିଲାସ (ଏସ.ଡି.ଏ ସଭାପତି) ବିଜୟାଦନ ବାଗ (ଏସଡିଏ ସମ୍ପାଦକ)ବିଧାନଚନ୍ଦ୍ର ବିଶ୍ୱାସ (ଏସଡିଏ ସଦସ୍ୟ)ଅଞ୍ଜଳି ବିଶ୍ୱାସ (ଏସଏଚଜି ମହାସଂଘ ସଭାପତି)ଗଣେଶ କଚିମ (ଯୁବ ସଭାପତି), ମନୋଜ ବାଗ (ଯୁବ ସମ୍ପାଦକ)ଟୁନା ବାଗ ସଂଜିତ ଆକା, ରୁପେନ ନାଗ, ମାଧୁରୀ ନାଗ, ସୁକାନ୍ତି ବାଗ, ସନମାତି ସେକ, ଦିନେଶ ବାଗ, ଜିନ୍ଦା ନାଗ ସୁକାନ୍ତି ବାଗ (ଏସଏଚଜି ସଭାପତି)
18ନଂ ୱାର୍ଡବାସିନ୍ଦା ଅଭିଯୋଗ ବାଢିଛନ୍ତି l

ad-week
Leave A Reply

Your email address will not be published.