
ପାତ୍ରପୁର : ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅଧିନସ୍ଥ ତୁରିବୁଡି ପଂଚାୟତ ଝଗଡାପଲ୍ଲୀ ମୁଖ୍ୟ ରାସ୍ତାରେ ରବିବାର ରାତ୍ର ଏକ ଅଟୋ ଓଲଟିବା ଫଳରେ ଚାଳକ ଙ୍କ ମୃତ୍ୟୁ ହୋଇଛି। ତୁରିବୁଡି ପଂଚାୟତ କୃଷ୍ଣପୁର ଗ୍ରାମର ସୁଶାନ୍ତ ଶବର ୩୩ ବୋଲି ଜଣା ପଡ଼ିଛି। ଗତକାଲି ସୁଶାନ୍ତ କିଛି ଲୋକଙ୍କୁ ଗଜପତି ଜିଲ୍ଲା ଗଙ୍ଗାବାଡ ଗ୍ରାମକୁ ଯାଇ ରାତ୍ର ନିଜ ଗ୍ରାମକୁ ଫେରୁଥଲେ।ଏହି ସମୟରେ ମହେନ୍ଦ୍ର ଗଡ଼ ତୁରୁବୁଡି ଘାଟି ରାସ୍ତା ପାର ହେବାପରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା।ଯାହାରି ଫଳରେ ସେ ଅଟୋ ତଳେ ଚାପି ହୋଇ ଯିବା ଫଳରେ ମୃତ୍ୟୁ ହୋଇଥିଲା।ତେବେ ତାଙ୍କ ସାଙ୍ଗରେ ଥିବା ଅନ୍ୟଜଣେ ଆହତ ହୋଇଥିଲେ।ଆହତ ବ୍ୟକ୍ତି ଜଣଜ ନିକଟ ଝଗଡାପଲ୍ଲୀ ଗ୍ରାମରେ ପହଞ୍ଚି ରାତ୍ର ୧୨ ଘଣ୍ଟା ବେଳେ ଲୋକଙ୍କୁ ଜଣାଇ ଥିଲେ। ଲୋକମାନେ ଆହତ ବ୍ୟକ୍ତି ଙ୍କୁ ଚିକିତ୍ସାପାଇଁ ପଠାଇ ଥିବା ବେଳେ ଖାରିଆଗୁଡା ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ଅଧକାରୀ ପ୍ରଫୁଲ୍ଲ କୁମାର ଶତପଥୀ ପହଞ୍ଚିବା ସହ ଅଟୋ ରେ ଚାପି ହୋଇ ରହିଥିବା ଯୁବକକୁ ଉଦ୍ଧାର କରି ସୋମବାର ସକାଳେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି।ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।