ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ

add-all

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଆରମ୍ଭ ହୋଇଛି। ଆଜି ଠାରୁ ବଡ଼ଦାଣ୍ଡ ଶ୍ରୀନଅର ସମ୍ମୁଖ ରଥଖଳାରେ ରଥ ତୁମ୍ୱ ନିର୍ମାଣ ଶୁଭ ପଡ଼ିଛି। ଫାଶି କାଠରେ ଏହି ତୁମ୍ବ ନିର୍ମାଣ ହେବ। ମୋଟ ୪୨ ଗୋଟି ତୁମ୍ୱ ନିର୍ମାଣ ହେବ। ଶ୍ରୀନହର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡ଼ାଯାଇ ଏହା ଭିତରେ ରଥନିର୍ମାଣ ହେଉଛି।

ସାଧାରଣ ଲୋକଙ୍କୁ ରଥଖଳା ଠାରୁ ଦୂରରେ ରଖିବା ନିମନ୍ତେ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ତୁମ୍ବରେ ବିନ୍ଧ ଅନୁକୂଳ ସହ ଖୋଦେଇ, ପହି, ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ। ରଥ ଖଳାରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ରଥଯାତ୍ରା ସୁରୁଖୁରୁରେ କରିବା ନିମନ୍ତେ ଆସନ୍ତାକାଲି ପ୍ରଶାସନ ପକ୍ଷରୁ ପ୍ରଥମ ସମନ୍ୱୟ ବୈଠକ ବସିବ। କୋଭିଡ ସ୍ଥିତି ସାମାନ୍ୟ ହୋଇଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେ ନେଇ ଆଲୋଚନା ହେବ। ଏହାଛଡ଼ା ବୈଠକରେ ରଥନିର୍ମାଣ, ରଥ ସାମଗ୍ରୀ, ସ୍ଵାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ad-week
Leave A Reply

Your email address will not be published.