ଚାଲାଣ ବେଳେ ଭୁବନେଶ୍ବରରେ ଧରାପଡ଼ିଲା ୫ କୁଇଣ୍ଟାଲ ଗଂଜେଇ ସହ ଟ୍ରକ୍‌

add-all

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଏହା ଭୁବନେଶ୍ବରରେ ଧରାପଡ଼ିଛି। ଏନ୍‌ସିବି ଭୁବନେଶ୍ବର ଜୋନ୍‌ ୫ କୁଇଣ୍ଟାଲ ୬ କିଲୋ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲୱାନ ସିଂହ (୩୧), ଜସପ୍ରୀତ ସିଂହ (୩୫) ଓ ଜସନୁର ସିଂହ(୨୧)। ପ୍ରଥମ ବ୍ୟକ୍ତି ପଂଜାବର ହୋଇଥିଲା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ହରିୟାଣା ନିବାସୀ।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏନ୍‌ସିବି ଭୁବନେଶ୍ବର ଚନ୍ଦକା ଏସ୍‌ଓଜି ଟ୍ରେନିଂ ସେଣ୍ଟର ନିକଟରେ ଚଢ଼ଉ କରିଥିଲା। ଗଂଜେଇ ଚୋରା ଚାଲାଣକାରୀମାନେ ଏକ ୧୨ ଚକିଆ ବିଶିଷ୍ଟ ଟ୍ରକ୍‌ରେ ସେହି ସମୟରେ ପିତାପାଲି ଠାରୁ ବାରଙ୍ଗରୋଡ ମଝିରେ ଥିଲେ। ସେମାନେ ଆନ୍ଧ୍ରପ୍ରଦେଶର ଅନକପାଲି ଠାରୁ ଗଂଜେଇ ଆଣି ହରିୟାଣାର ହିସାର ଚାଲାଣ କରୁଥିଲେ। ଏଥିରେ ୫୦୬ କିଲୋ ଗଂଜେଇ ଥିଲା।

ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ହିସାର ନିବାସୀ ଦିୱାନ ସିଂହଙ୍କ ପୁଅ ବଲୱାନ ସିଂହ ଓରଫ କବିର ଓରଫ ବଲୱାନ, ପଂଜାବର ପଟିଆଲା ନିବାସୀ କୁଲୱନ୍ତ ସିଂହଙ୍କ ପୁଅ ଜସପାଲ ସିହ ଓ ପଲ୍ଲ ସିଂହଙ୍କ ପୁଅ ଜସନୁର ସିଂହଙ୍କୁ ଗିରଫ କରାଯାଇଛି। ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି।

ad-week
Leave A Reply

Your email address will not be published.