ଝୁମିତା ମାଝୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

add-all

ଦାରିଙ୍ଗବାଡ଼ି, ୬/୫ : କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅଧୀନସ୍ତ ଧୁସାରି ଗ୍ରାମର ବାସ୍ନାକାଲୁ ମାଝୀଙ୍କ ଝିଅ ଝୁମିତା ମାଝୀ (୩୬) ପ୍ରାୟ ୧୮ବର୍ଷରୁ ଅଧିକ ହେବ ତାଙ୍କ ବାମ ଗୋଡ଼ର ମାଂସ ଅସ୍ବାଭାବିକ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଡାହାଣ ଗୋଡ଼ ମଧ୍ୟ ଧୀରେ ଧୀରେ ଫୁଲିବା ଆରମ୍ଭ କରିଥିଲା, ହେଲେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତରୁ, ଜିଲା ପ୍ରଶାସନ ଝୁମିତାର ଚିକିତ୍ସା ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ଖବର ହସ୍ତଗତ ହୋଇଛି। ଜିଲା ପ୍ରଶାସନଙ୍କ ଏହି ପଦକ୍ଷେପକୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି। ଝୁମିତା ସୁସ୍ଥ ହୋଇ କେବେ ନିଜଘର ଓ ନିଜ ଗାଁକୁ ଫେରି ହସଖୁସିରେ ଜିବନ ବିତାଇବ ସେହି ସମୟକୁ ଧୁସାରି ଗ୍ରାମ ବାସୀ ଅପେକ୍ଷାରେ ରହିଥିବା ଜଣାପଡିଛି। ପ୍ରକାଶ ଥାଉକି ଗରିବ ଆଦିବାସୀ ସମ୍ପ୍ରଦାୟର ଝୁମିତା ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇ ପାରୁନଥିଲେ ପରିବାର ଲୋକ। ମୂଲ ଲାଗିଲେ ପରିବାର ଚଳେ। ପାଖରେ ଯାହାବି ଟଙ୍କା ଥିଲା ଡାକ୍ତରଖାନାରେ ଖର୍ଚ୍ଚରେ କରିସାରିଥିଲେ। ଡାକ୍ତର ତାଙ୍କୁ ଅପରେସନ ପାଇଁ କହିଥିଲେ, ହେଲେ ଅର୍ଥର ଅଭାବରୁ ପରିବାର ସଦସ୍ୟ ବାଧ୍ୟ ହୋଇ ଝୁମିତାକୁ ଘରେ ପକେଇ ରଖିଥିଲେ। ଆର୍ଥିକ ସ୍ୱଚ୍ଛଳତା ଅଭାବରୁ ଘରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେବାବିନା ଝୁମିତାର ଅନ୍ୟ ଉପାୟ ଆଉ ନଥିଲା। ଚାଲିବାତ ଦୂର କଥା ଚଟାଣରୁ ଉଠିବାବି ସମ୍ଭବ ନଥିଲା। ଏହିପରିକି ନିତ୍ୟ କର୍ମ ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲା। ସେ ଯାହାବି ହେଉ ,ଚିକିତ୍ସା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେବାରୁ, ଝମିତା ଆରୋଗ୍ୟ ହୋଇ ନିଶ୍ଚିତ ଗାଁକୁ ଫେରିବ ବୋଲି ଧୁସାରି ଗ୍ରାମବାସୀ ସମେତ ଅଞ୍ଚଳ ବାସୀ ଦୃଢ଼ ବିଶ୍ୱାସ ରଖିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.