ବ୍ରହ୍ମପୁର ଝିଅ ସାଗରିକାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ

add-all

ବ୍ରହ୍ମପୁର : ଲୋଚାପଡା ଶ୍ରୀମା ନଗର ନିବାସୀ ରମାକାନ୍ତ ତ୍ରିପାଠୀ ଏବଂ ଲିଳିମା ଶତପଥୀଙ୍କ ଝିଅ ସାଗରିକା ତ୍ରିପାଠୀ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି.କେବଳ ସମୁଦ୍ରରେ ମିଳୁଥିବା ଲୋବଷ୍ଟୋର ଚିଙ୍ଗୁଡ଼ିକୁ (Lobster)ଜଣେ ଚାଷୀ ନିଜ ଅଞ୍ଚଳରେ ଚାଷ କରିବା ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି.ଏଥି ନିମନ୍ତେ ସାଗରିକାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ମିଳିଛି.ଫଳରେ ବହୁ ମସ୍ୟଜୀବି ପରିବାରଙ୍କୁ ରୋଜଗାର ମିଳିବା ସହିତ ଆର୍ଥିକ ଅଭିବୃଦ୍ଧି ସମ୍ଭବ ହେବ ବୋଲି ସାଗରିକା ଆଶା ବ୍ୟକ୍ତ କରିଛନ୍ତି.ପ୍ରଥମେ ନିଜେ ସମୁଦ୍ର ପାଣି ସଂଗ୍ରହ କରି ତାହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଲବୋଷ୍ଟୋର ଅଳ୍ପ ଜାଗାରେ ଚାଷ ଆରମ୍ଭ କରିଥିଲେ.ତାହା ସଫଳ ହେବା ପରେ ନାବାର୍ଡ ଓ ଏହାର ସହଯୋଗୀ ସଂସ୍ଥା ଜରିଆରେ ଗୋପାଳପୁର ନିକଟ ବକ୍ସିପଲ୍ଲୀ ଅଞ୍ଚଳରେ ତାଲିମ୍ ପ୍ରଦାନ କରିଥିଲେ.ଏହାକୁ ବିଚାରକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡ ଘୋଷଣା କରାଯାଇଛି.ବର୍ତ୍ତମାନ ରୋଲାଣ୍ଡ ଫର୍ମାସୀ ମହାବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି.ଗବେଷଣା ଓ ଶିକ୍ଷକତା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ରହିଛନ୍ତି.ଆଗାମୀ ଦିନରେ ଯଦି ସରକାରଙ୍କ ସହଯୋଗ ମିଳେ ତାହେଲେ ଲୋବଷ୍ଟୋର ଚାଷ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ନିମନ୍ତେ ଆରମ୍ଭ କରିବାକୁ ଲକ୍ଷ୍ୟ ସୁଶ୍ରୀ ତ୍ରିପାଠୀ କହିଛନ୍ତି.

ad-week
Leave A Reply

Your email address will not be published.