ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଇସ୍ତଫା

add-all

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଲାଗି ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ୨୫ ବର୍ଷ ହେବ ଦଳରେ ଥିବା ମଙ୍ଗଳ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ପଠାଇଛନ୍ତି ।

ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ବ୍ଲକ୍ ମଣ୍ଡଳ ସଭାପତି ଜିଲ୍ଲା ସାଧାରଣ ସଂପାଦକ ସମେତ କେତେ ପଦବିରେ ରହି ଗତ ୨୫ ବର୍ଷ ହେବ ଦଳର ସଂଗଠନ ପାର୍ଇ କାମ କରିଛନ୍ତି।

ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପରିବାରରେ ଏବେ ପରିବାରର ମୁଖ୍ୟ କେହି ନାହାନ୍ତି। ଝାରସୁଗୁଡ଼ାର ବିଜେପିରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତାମାନେ ନିଜକୁ ଅସୁରକ୍ଷିତ ଏବଂ ଅସହାୟ ମନେ କରୁଛନ୍ତି। ସେ ଆହୁରି କହିଛନ୍ତି, ଦଳର ବରିଷ୍ଠ ଏବଂ କନିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଦଳକୁ ସଶକ୍ତ କରିବାକୁ ସବୁବେଳେ ସେ ଚେଷ୍ଟା କରୁଥିଲେ। କିନ୍ତୁ ଏବେ ଏହା ଅସମ୍ଭବ ମନେ ହେଉଛି । ତେଣୁ ସେ ନିଜ ପଦବିରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ad-week
Leave A Reply

Your email address will not be published.