ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିଖୋଜ ପିହୁଙ୍କ ମା

add-all

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେଇଛନ୍ତି ନିଖୋଜ ପିହୁଙ୍କ ମା ମୋନାଲିସା ନାୟକ। ଦୀର୍ଘ ୨୦ ମାସ ବିତିଗଲା ହେଲେ ପୁଲିସ ନିଖୋଜ ପିହୁଙ୍କୁ ଠାବ କରିବାରେ ବିଫଳ। ନିଖୋଜ ପିହୁଙ୍କୁ ପାଇବା ପାଇଁ ବିଂଝାରପୁର ଥାନାଠାରୁ ଡିଜି ଅଫିସ, ଆଉ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡ଼ି ଥିଲେ ପିହୁଙ୍କ ମା ମୋନାଲିସା। ହେଲେ ଏପର୍ଯ୍ୟନ୍ତ ନା ମିଳୁଛି ପିହୁ ନା ପିହୁଙ୍କୁ ଖୋଜିବାରେ ସକ୍ଷମ ହେଇପାରୁଛି ଏସପି ରାହୁଲ ପିଆରଙ୍କ ଟିମ୍।

ତେବେ ଏହାରି ଭିତରେ ପିହୁ ନିଖୋଜକୁ ଦୀର୍ଘ ୨୦ ମାସ ବିତି ଯାଇଥିଲେ ବି ପିହୁଙ୍କୁ ଖୋଜିବା ଲାଗି ମୋନାଲିସା ବାରମ୍ବାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଥିଲେ। ହେଲେ ମୋନାଲିସାଙ୍କ କଥା କେହି ଶୁଣୁ ନଥିବାରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପିହୁଙ୍କ ମା ମୋନାଲିସା ନାୟକ।

ad-week
Leave A Reply

Your email address will not be published.