ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

add-all

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣିଥରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ନବରଙ୍ଗପୁର ଜଳ ବିଭାଜିକା, ମୃତ୍ତିକା ସଂରକ୍ଷଣ ପିଡି ବା ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ନଗଦ ୨ ଲକ୍ଷ ଟଙ୍କା ସହ ଆଜି ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସେ ଅଫିସରୁ ଘରକୁ ଯାଉଥିବା ବେଳେ ତାଙ୍କୁ ଅଧା ବାଟରେ ଭିଜିଲାନ୍ସ ଅଧିକାରୀମାନେ ଅଟକାଇଥିଲେ।

ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଛନ୍ତି ବୋଲି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଫଳରେ ତାଙ୍କୁ ଅଧିକାରୀମାନେ ଜେରା ଆରମ୍ଭ କରିଛନ୍ତି।

ମିଳଥିବା ସୂଚନା ଅନୁଯାୟୀ, ଶ୍ରୀ ଜେନା ଜଣେ କ୍ଲାସ ୧ ଅଫିସର। ତାଙ୍କୁ ଆଜି ଭିଜିଲାନ୍ସ ଅଧିକାରୀମାନେ ନବରଙ୍ଗପୁର ମଝିଗୁଡ଼ା ବାଇପାସ୍ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଏହାପୂର୍ବରୁ ବିଭିନ୍ନ ସୂତ୍ରରୁ ସେ ବେଆଇନ ଭାବେ ଟଙ୍କା ସଂଗ୍ରହ କରି ଘରକୁ ଯାଉଥିବା ଖବର ଭିଜିଲାନ୍ସ ଜାଣିବାକୁ ପାଇଥିଲା। ତେଣୁ ତାଙ୍କୁ ଅଧା ବାଟରେ ଅଟକ ରଖି ଯାଞ୍ଚ କରିଥିଲା। ଏହି ସମୟରେ ହିଁ ତାଙ୍କ ଠାରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ମିଳିଛି।

ଏହାପରେ ତାଙ୍କୁ ଜେରା କରାଯିବା ସହ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ କରାଯାଇଛି। ଅଧିକାରୀମାନେ ନଗରଙ୍ଗପୁର ମଝିଗୁଡ଼ା ଅନ୍ତର୍ଗତ ଡ୍ରିମ କଲୋନୀ ନଂ୧ରେ ଥିବା ଭଡ଼ା ଘର ସମେତ ଭୁବନେଶ୍ୱରର ଟମାଣ୍ଡୋ ଅନ୍ତର୍ଗତ ବିଜିପୁର ସ୍ଥିତି ଦୁଇ ମହଳା ବାସଭବନ, ପୁରୀର ବାଲୁଖଣ୍ଡ ଅନ୍ତର୍ଗତ କୁମୁଟିପାଟଣାରେ ଥିବା ସିଂହାରୀ ବଗିଚା ସ୍ଥିତ ତାଙ୍କ ଘରେ ଚଢ଼ଉ କରିଛନ୍ତି। ଏହି ରେଡ୍ ବେଳେ ଶ୍ରୀ ଜେନାଙ୍କ ନବରଙ୍ଗପୁର ସ୍ଥିତି ଘରୁ ନଗଦ ୧ ଲକ୍ଷ ଟଙ୍କା ମିଳିଛି।

ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ପ୍ରମୁଖ ସ୍ଥାନଗୁଡ଼ିକରେ ତାଙ୍କ ନାଁରେ ଥିବା ୯ଟି ପ୍ଲଟର କାଗଜପତ୍ର ଅଧିକାରୀମାନେ ଠାବ କରିଛନ୍ତି। 

ad-week
Leave A Reply

Your email address will not be published.