ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୧୨୨ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

add-all

ଚିତ୍ରକୋଣ୍ଡା (୦୯/୦୫) : ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦିୱେଦି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସ.ଆଇ. ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ, ଡାଇକ-୧, ଡାଇକ-୨, ଡାଇକ-୩ ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଦୁଇଜଣ ଲୋକ ଟନେଲକ୍ୟାମ୍ପ ଠାରୁ ୮୦୦ ମିଟର ଦୂରରେ ୫ ଟି ପ୍ଲାଷ୍ଟିକ ବ୍ୟାଗ ଧରି ଠିଆ ହୋଇଥିଲେ,ପୋଲିସ ସେମାନଙ୍କ ପାଖକୁ ଯିବାରୁ ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଲେ। ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଧରିଥିଲେ,ସେମାନଙ୍କୁ ଆଣି ବ୍ୟାଗ ଗୁଡ଼ିକ ଖାନ ତଲାସୀ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଗଞ୍ଜେଇକୁ ଜବତ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରାଯାଇଥିଲା l  ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ୧୨୨ କିଲୋ ୭୦୦ ଗ୍ରାମ ହୋଇଥିଲା।ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ମାମଲାରେ ବୁଦୁ ହରିଜନ(୪୦),ବୁଦୁରା ହରିଜନ(୪୫) ଉଭୟଙ୍କ ଘର ଡାଇକ-୩ ଅଞ୍ଚଳରେ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ପୁଲିସ ସୂଚନା ଦେଇଛନ୍ତି l 

ad-week
Leave A Reply

Your email address will not be published.