ଜରାଜୀର୍ଣ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ ମହା ପରାୟଣ ଗାଡି ଯିବାକୁ ବି ରାସ୍ତା ନାହିଁ…

add-all

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ୮ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହି ଆଠ ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, କାଟିଙ୍ଗିଆ, କୁମ୍ଭାରୀଗାଁ, ହାତିମୁଣ୍ଡା, ତାଜୁଙ୍ଗିଆ, ଝିଞ୍ଜିରିଗଡା, ଗଦାପୁର ଓ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତର ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବାପାଇଁ ବ୍ରାହ୍ମଣୀଗାଁ ଡାକ୍ତର ଖାନା ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂରରେ ଶବ ବ୍ୟବଚ୍ଛେଦ ଘର ନିର୍ମାଣ କରାଯାଇଛି। ହେଲେ ଏହି ଶବ ବ୍ୟବଛେଦ ଘର ଚତୁର୍ପାର୍ଶ୍ଵରେ ଅନାବନା ଗଛ ବଢି ଜଙ୍ଗଲ ସୃଷ୍ଟି ହୋଇ ଘରଟିକୁ ଢାଙ୍କି ରହିଛି। ସେହି ପରି ଯାତାୟତର ସୁବିଧା ମଧ୍ୟ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ମାଟି ରାସ୍ତା ନିର୍ମାଣ କରାଯାଇଛି। ହେଲେ ସେହି ରାସ୍ତାରେ ଅଟୋକି ମହା ପ୍ରୟାଣ ଗାଡିଟିଏବି ଯାଇ ପାରୁନଥିବା ବ୍ରାହ୍ମଣୀଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମ ପଞ୍ଚାୟତ ପକ୍ଷରୁ ହେଉ କିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହେଉ ଶବ ବ୍ୟବଛେଦ ଘର ଚତୁର୍ପାର୍ଶ୍ଵରେ ସୃଷ୍ଟି ହୋଇଥିବା ଜଙ୍ଗଲ ସଫା କରିବାକୁ ଅଞ୍ଚଳ ବାସୀ ଦାବି କରିବା ସହିତ ଡାକ୍ତର ଖାନା ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂରରେ ଥିବା ଶବ ବ୍ୟବଚ୍ଛେଦ ଘରଯାଏ ସିମେଣ୍ଟ କଂକ୍ରିଟର ପକ୍କା ରାସ୍ତା କରାଯିବାକୁ ବ୍ରାହ୍ମଣୀଗାଁ ଗ୍ରାମ ବାସୀ ଦାବୀ କରୁଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.