
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ୭ମ ଦିବସରେ ପହଞ୍ଚିଥିବା ବେଳେ , ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା। ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ଆଳତି ସମୟରେ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ପୂର୍ବତନ ବିଧାୟିକା ଵିଷ୍ଣୁପ୍ରିୟା ବେହେରା ଉପସ୍ଥିତ ରହି ମାଙ୍କ ଆଶିଷ ଲାଭ କରିଥିଲେ । ପରେ ପରେ ପଞ୍ଚ ଠାକୁରାଣୀଙ୍କ ସହ ମା କାଳୀ ଅସ୍ଥାୟୀ ମଣ୍ଡପରୁ ବାହାରି ପୂର୍ତ୍ତ ବିଭାଗ କଲୋନୀ, ଜଗନ୍ନାଥ ସାହି, ଫୁଲବାଣୀ ସାହି, ଆମ୍ବେଦକର ଛକ, ହରିଜନ ସାହି ଓ କଣ୍ଟ୍ରାକ୍ଟରପଡ଼ା ଆଦି ଅଞ୍ଚଳ ଭ୍ରମଣ କରି ଅସ୍ଥାୟୀ ମନ୍ଦିରକୁ ଫେରିଥିଲେ।ଉକ୍ତ ଦିବସରେ ଯାତ୍ରା ମଣ୍ଡପ ଠାରେ ଫୁଲବାଣୀ ସ୍ଥିତ ଡ୍ୟାନ୍ସ ଏକାଡ଼େମୀ ଫୁଲବାଣୀ ପକ୍ଷରୁ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବେଳେ ଏଥିରେ ମୁଖ୍ୟ ଅତିଥ୍ ମନ୍ତ୍ରୀପଦ୍ମନାଭ ବେହେରା ଓ ବିଷ୍ଣୁ ପ୍ରିୟା ବେହେରା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ଆୟୋଜକସେନାପତି ଗାର୍ମେଣ୍ଟସର ଆଲୋକ କୁମାର ସେନାପତି ଥିବା ବେଳେ ଅନ୍ୟତମ ଅତିଥି ଭାବେ ଅସ୍ଥାୟୀ ଚିକିତ୍ସାଳୟର ଡାକ୍ତର ମୋନାଲିଶା ସାହୁ,
ଅସ୍ଥାୟୀପୋଲିସ ଫାଣ୍ଡିର ସ୍ମୃତି ରଜନ ସାମଲ, ବରଡ଼ା ବାଲୁଙ୍କେଶ୍ୱର ବଜାରର ବିପ୍ର ଚରଣ ସାହୁ,ବିପିନ ନାୟକ, ଚାଇନା ମାର୍କେଟର
ଶୀତୁନା ମହାନ୍ତି, ରବୀନ୍ଦ୍ର ନାୟକ, ନୀଳାଦ୍ରି ବଜାରର ଶରତ ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ।