
ମାଲକାନଗିରି, (୧୦।୫) : ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରିବା ପଡିଲା ମହଙ୍ଗା । ମାଲକାନଗିରି ଜିଲ୍ଲା ମାଥିଲି ପୋଲିସ ହାତରେ ଧରା ପଡିଲେ ତିନି ଗଞ୍ଜେଇ ଚୋରା ଚାଲାଣକାରି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧରା ଜଙ୍ଗଲ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିଲା, ଏହି ସମୟରେ ମାଥିଲି ପୋଲିସର ଏସ.ଆଇ ସୋମନାଥ ଦଳବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋବିନ୍ଦପାଲି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ସପ୍ତଧାରା ଅଞ୍ଚଳରେ ଅପରେସନ ଆରମ୍ଭ କରିଥିଲେ। ସେହି ସମୟରେ ତିନି ଜଣ ବ୍ୟକ୍ତି ଫିଲ୍ମ ଷ୍ଟାଇଲରେ ପୋଲିସ ଆଖିରେ ଧୁଳି ଦେଇ ଗଞ୍ଜେଇ ପ୍ଯାକେଟ କରି ଛତିସଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳକୁ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଉକ୍ତ ସ୍ଥାନରେ ଚଢଉ କରିଥିଲା । ପୋଲିସ ସମସ୍ଥ ସେଠାରୁ ୫୯ଟି ପେକେଟରେ ମୋଟ ୧୫୩୪ କେଜି ଗଞ୍ଜେଇ ଜବତ କରିବା ସହ ତିନି ଜଣ ଗଞ୍ଜେଇ ଚୋରା ଚାଲାଣ କାରିଙ୍କୁ ଗିରଫ କରିଥିଲା । ଜବତ ଗଞ୍ଜେଇର ଅନୁମାନିକ ବଜାର ମୁଲ୍ୟ ୯ କୋଟି ଟଙ୍କା ହେବ ବୋଲି ମାଲକାନଗିରି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ତିନି ଜଣ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ନେଇ ମାଲକାନଗିରି ଏସପି ନୀତେଶ ୱାଧୱାନି ସୂଚନା ଦେଇଛନ୍ତି । ଆଗାମି ଦିନରେ ମଧ୍ୟ ସମସ୍ଥ ଥାନାରେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ଲାଗି ଅପରେସନକୁ ଜୋରଦାର କରାଯିବ ବୋଲି ମାଲକାନଗିରି ଏସପି ଶ୍ରୀ ୱାଧୱାନି ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ଏପ୍ରିଲ ମାସରେ ମାଲକାନଗିରି ପୋଲିସ ୫୫୦୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ୫୦୦୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଏସ୍ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।