ବରଯାତ୍ରୀ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ

add-all

ମାଲକାନଗିରି ଚିତ୍ରକୋଣ୍ଡା (୧୦/୦୫) : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବରଯାତ୍ରୀ ଗାଡି ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ । ଆହତମାନଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲା କୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗ୍ରାମରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଅଣ୍ଡିରାପଲ୍ଲୀ ପଞ୍ଚାୟତ ର ଓରାପଦର ଗ୍ରାମରେ ଲଞ୍ଚ ଯୋଗେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ସିଙ୍ଗୋଇ ଗ୍ରାମରେ ର ଏକ ପିକ୍ ଭ୍ୟାନ ଅପେକ୍ଷା କରି ରହିଥିଲା । ସେହି ପିକ୍ ଭ୍ୟାନ ରେ ୩୫ ଜଣ ସୀଙ୍ଗୋଇ ଗ୍ରାମକୁ ଯିବା ସମୟରେ, ଭ୍ୟାନ ଟି ଭାରସାମ୍ୟ ହରାଇ ଡଙ୍ଗରପଦର ଘଟି ରାସ୍ତାରେ ଓଲଟି ପଡିଥିଲା । ପ୍ରଥମେ ଆହତମାନଙ୍କୁ ଯୋଡ଼ାମ୍ବ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ଘରକୁ ପଠାଯାଇ ଅନ୍ୟ ୨୦ ରୁ ଉର୍ଦ୍ଧ ଆହତଙ୍କୁ ଯୋଡାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ବିଏସଏଫ ଯବାନଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତ୍ୱର ଅବସ୍ଥାରେ ଥିବା ୫ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି। ଅନ୍ୟ ଆହତ ଙ୍କୁ ଚିତ୍ରକୋଣ୍ଡା ମେଡିକାଲ ରେ ଚିକିତ୍ସା କରାଯାଉଛି।ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ତୁରନ୍ତ ଚିତ୍ରକୋଣ୍ଡା ମେଡିକାଲ ରେ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିବା ସହ ଗୁରୁତର ଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟ କୁ ତୁରନ୍ତ ପଠାଇବା ନିମନ୍ତେ ଡାକ୍ତର ମାନଙ୍କ ସହ ମିଶି ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.