‘ଫିଟ୍ ବେବି ସିଟ୍’; ଟ୍ରେନ୍‌ରେ ରହିବ ମାଆ ଓ ନବଜାତ ଶିଶୁ ପାଇଁ ସ୍ବତନ୍ତ୍ର ଶୋଇବା ସ୍ଥାନ

add-all

ନୂଆଦିଲ୍ଲୀ ୧୧/୦୫; ଅନେକ ଲୋକ ଟ୍ରେନ୍‌ରେ ଯାତ୍ରା କରନ୍ତି। ଅନେକ ମା ଓ ନବଜାତ ଶିଶୁ ମଧ୍ୟ ଟ୍ରେନରେ ଯାତ୍ରା କରନ୍ତି | ଛୋଟ ପିଲାମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ନେବା କଷ୍ଟ। ସେମାନଙ୍କୁ ଶୁଆଇବାରେ ତାଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ହୁଏ। କାରଣ ଗୋଟିଏ ବର୍ଥରେ ଉଭୟ ମା ଓ ଶିଶୁ ଶୋଇବା କଷ୍ଟକର ହୋଇଥାଏ |
ଏହି ସମସ୍ୟାରୁ ମୁକ୍ତି ଦେବା ପାଇଂ ରେଳବାଇ ପକ୍ଷରୁ ଏକ ନିଆରା ପ୍ରୟାସ ହୋଇଛି। ମା’ ଏବଂ ପିଲାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବର୍ଥ ପ୍ରସ୍ତୁତ କରାଯାଇଛି | ବର୍ଥକୁ ଲମ୍ବା କରାଯାଇଛି। ଯେଉଁଥିରେ ଆରାମରେ ଶୋଇପାରିବେ ଉଭୟ। ବର୍ତ୍ତମାନ ପାଇଁ ପରୀକ୍ଷାମୂଳକ ଭାବରେ ଏହାର ବ୍ୟବହାର କରାଯାଇଥିବା ବେଳେ ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହି ବ୍ୟବସ୍ଥା ସବୁ ଟ୍ରେନରେ ରହିବ ବୋଲି ସୂଚନା ମିଳିଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍‌ରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି|

ଆଗକୁ ଲୋକଙ୍କ ମତାମତ ଆଧାରରେ ଭବିଷ୍ୟତରେ ଏହିପରି ବର୍ଥ ବ୍ୟବହାର କରାଯିବ | ଏହି ବର୍ଥର ନା ରହିଛି ‘ଫିଟ୍ ବେବି ସିଟ୍’ ରଖାଯାଇଛି | ‘ଫିଟ୍ ବେବି ସିଟ୍’ରେ ଫୋଲ୍ଡେବଲ୍ ସିଷ୍ଟମ ରହିଛି ଅର୍ଥାତ ଯେତେବେଳେ ସିଟ୍ ବ୍ୟବହାର ହୋଇନଥାଏ ଏହାକୁ ଫୋଲଡ଼ କରିହେବ | ସେହିପରି ଏହି ବର୍ଥରେ ଯେଭଳି ଶିଶୁଟି ପଡିଯିବନାହିଁ ସେଥିପାଇଁ ବାଡ଼ ମଧ୍ୟ ରହିଛି।

ad-week
Leave A Reply

Your email address will not be published.