ଗଦାପୁର ଆର ଆଇ ଅଫିସ ପାଲଟିଛି ଭୁତ କୋଠି : ପରିବେଶ କଥା ଚୁଲିକି ଯାଉ…

add-all

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ତହସିଲ ଅଧିନସ୍ତ ଗଦାପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭୁତ କୋଠି ସଦୃଶ୍ୟ ଦେଖାଯାଉଛି। କାର୍ଯ୍ୟାଳୟର ପାରିପାର୍ସିକ ପରିବେଶ ଦେଖିଲେ ମନେ ହୁଏ ସତେ ଯେମିତି କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେବ ଅଚଳ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଥିବା ବେଳେ, ଖୋଦ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାମର ଭିଡ଼ ନେଇ ପ୍ରାୟ ସମୟ ରାଜସ୍ୱ ନିରୀକ୍ଷକ ଅଧିକାରୀ ତହସିଲ ଅଫିସରେ ରହି ଜନ ସାଧରଙ୍କୁ ସେବା ଦେଉଥିବା ଜଣାପଡିଛି। ଯାହାରି ଫଳରେ କାର୍ଯ୍ୟାଳୟର ପାରିପାର୍ଶିକ ପରିବେଶ ପ୍ରତି କର୍ମଚାରୀ ଗଣ ଦୃଷ୍ଟି ଦେଇପାରୁନଥିବା ଜଣା ପଡିଛି। ପ୍ରକାଶ ଥାଉକି ଗଦାପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉପରେ ୩ଟି ଗ୍ରାମ ପଞ୍ଚାୟତର ଜନ ସାଧାରଣ ନିର୍ଭର କରୁଛନ୍ତି।

ad-week
Leave A Reply

Your email address will not be published.